ଲୁହାପାଇପ ଯୋଗେ ଜଳଯୋଗାଣ ଦାବୀ

ବୌଦ୍ଧ,୧୨/୧୦ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଂଚାୟତର ତଳସାହି ଓ ଗୁମ୍ଫା ସାହିକୁ ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଜଳଯୋଗାଣ ହୋଇ ପାରୁନଥିବା ଯୋଗୁଁ ଲୋକେ ଆଜି ଜଳ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ନାଏକପଡା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଜଳଯୋଗାଣ ପ୍ରକଳ୍ପରେ ନିମ୍ନମାନର ପ୍ଲାଷ୍ଟିକ ପାଇପ ବ୍ୟବହାର ହୋଇଥିବାରୁ ବାରମ୍ବାର ପାଇପ ଫାଟି ଜଳଯୋଗାଣ ବାଧାପ୍ରାପ୍ତ ହେଉଛି । ଏ ସମ୍ପର୍କରେ ଗ୍ରାମବାସୀ ଅଭିଯୋଗ କଲାପରେ ବର୍ତ୍ତମାନ କିଛି ଅଂଚଳରେ ଲୁହାପାଇପ ବିଛାଯାଇଛି ଓ ପ୍ଲାଷ୍ଟିକ ପାଇପ ଫାଟିଥିବା ଯୋଗୁଁ ପ୍ରାୟ ୭୫ ପରିବାର ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ନାଏକପଡା ତଳ ସାହି ଓ ଗୁମ୍ଫା ସାହିକୁ ଲୁହା ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Comments (0)
Add Comment