ଭୂମିହୀନଙ୍କ ପାଇଁ ଭୂମି ଯୋଗ୍ୟତା ପ୍ରମାଣପତ୍ର

ବୌଦ୍ଧ,୧୪/୧୦- ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଜାଗାମିଶନ ଯୋଜନାରେ ଏକ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏହି ଅବସରରେ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ପରିଷର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିପ୍ରଭା ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା , ଜାଗା ମିଶନ୍‌ ଫେଲୋ, ରାହୁଲ ପାଲ ,ସି.ଏମ୍‌.ଏମ୍‌ ମ୍ୟାନେଜର ଏସ୍‌ .କେ ରହମାନ, ଡୁଡା ଟିମ ଲିଡ୍‌ ପବନ କୁମାର ପଲେଇ , ଡିଲିଙ୍ଗ ଆସିଷ୍ଟାଣ୍ଡ ଜାଗାମିଶନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଜ୍ଞାପିତଅଞ୍ଚଳ ପରିଷଦର ୭ ଗୋଟି ୱାର୍ଡର ୭ ଗୋଟି ବସ୍ତି ଅଞ୍ଚଳରେ ମୋଟ୍‌ ୫୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଭୂମିହୀନଙ୍କ ପାଇଁ ଭୂମିଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଅଛି ।

Comments (0)
Add Comment