ବୌଦ୍ଧଜିଲ୍ଲା ବିଜେପି ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ଆୟୁଷ୍ମାନ୍‌ ଭାରତ ସାମାଜିକ ପକ୍ଷର ଦ୍ୱିିତୀୟ ଦିନର କାର୍ଯ୍ୟକ୍ରମ

ବୌଦ୍ଧ,୭/୪- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ପ୍ରତିଷ୍ଠା ଦିବସର ମୁଖ୍ୟ ଲକ୍ଷ୍ୟ ” ସାମାଜିକ ପକ୍ଷର ଦ୍ୱିତୀୟ ଦିବସରେ ଜିଲ୍ଲାର ସଦରମହକୁମା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ତାଙ୍କର ଅଭାବ ଅସୁବିଧା ଓ ଚିକିତ୍ସା ସମ୍ବନ୍ଧୀୟ ପଚାରି ବୁଝିବା ସହିତ ଡାକ୍ତରଖାନା ପରିସର ପରିଷ୍କାର ରଖିବା ଉପରେ ଆଲୋକପାତ କରାଯାଇଥିଲା । ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରତିଦିନ ହାରାହାରି ୮୯ ଠାରୁ ୯୫ ଜଣ ଜନ ଔଷଧ କେନ୍ଦ୍ରରେ ସ୍ୱଳ୍ପ ଦାମ ଦେଇ ଜନଔଷଧ କିଣି ବ୍ୟବହାର କରୁଛନ୍ତି । ବୌଦ୍ଧଜିଲ୍ଲାରେ ଦୁଇଗୋଟି ଦୋକାନ ବୌଦ୍ଧ ଏବଂ ମନମୁଣ୍ଡା ଠାରେ ଜନଔଷଧି କେନ୍ଦ୍ର ରହିଛି । ଦ୍ୱିତୀୟରେ ଆୟୁଷ୍ମାନ୍‌ ଭାରତ ଯୋଜନା ଓଡ଼ିଶାରେ ତୁରନ୍ତ ଲାଗୁ କରିବାପାଇଁ ଜନସାଧାରଣଙ୍କ ଦାବୀକୁ ରାଜ୍ୟ ସରକାର ସ ହୃଦୟତାର ସହ ଗ୍ରହଣ କରିବାପାଇଁ ନିବେଦନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ ତାପସ କୁମାର ପଟ୍ଟନାୟକ , ଅଶୋକ କୁମାର ଅଗ୍ରୱାଲ, ଜନ ଔଷଧ ପ୍ରୋପାଇଟର, ମନ ରଞ୍ଜନ ଦାସ , ନମିତା ରାଣୀ ଦାସ , ଶ୍ୟାମସୁନ୍ଦର ପୁରୋହିତ, ନିରଞ୍ଜନ ଦାନି, ବିଶିକେଶନ ମେହେର , ରାଜୁ ମେହେର, ବ୍ୟୋମକେଶ ମହାପାତ୍ର, ଅରୁଣ ସେଠି , ହରିହର ବହିଦାର୍‌ କାର୍ତ୍ତିକେଶ୍ୱର ପଣ୍ଡା, ସଞ୍ଜୟ ଶଙ୍କର ପୁରୋହିତ, ସଞ୍ଜୟ କୁମାର ମେହେର ପ୍ରମୁଖ ବହୁ ବିଜେପି ନେତୃବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Comments (0)
Add Comment