ବୌଦ୍ଧବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର

ବୌଦ୍ଧ,୨୨/୧୨- ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡାଲ ହାଇସ୍କୁଲଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ, ସ୍ଥାନୀୟ ସରପଞ୍ଚ ରଶ୍ମିତା ଖଟୁଆ,ଏସଏସଏସଓ ବିରେନ୍ଦ୍ର କହଁର, ଡା. ଅକ୍ଷୟ କୁମାର ପଣ୍ଡା, ଡା. ବିମଳ କୁମାର ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ ଓ ମିଥିଳେଶ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିରରେ ୯୧ ଜଣ ନାମ ପଞ୍ଜିକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଶାରିରୀକ ଭିନ୍ନକ୍ଷମ ୧୨ ଜଣ ଦୃଷ୍ଟିବାଧିତ, ୫୯ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ୩ଜଣଙ୍କୁ ଟ୍ରାଇସାଇକେଲ ୭ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ ସାହୁ ଏହି ଶିବିରକୁ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ । ରଞ୍ଜିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment