ରକ୍ଷଣାବେକ୍ଷଣ ଅଭାବରୁ ଡାହାଣକୁ ଟଳିବାରେ ଲାଗିଲାଣି ମନ୍ଦିର

ବୌଦ୍ଧ /ବାଉଁଶୁଣୀ – ବୌଦ୍ଧ ବ୍ଲକ ବାଉଁଶୁଣୀ ଠାରେ ଥିବା ପ୍ରାୟ ୮୦୦ ବର୍ଷର ଶ୍ରୀ ଶ୍ରୀ ଭୁବନେଶ୍ୱର ମହାଦେବଙ୍କ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଡାହାଣକୁ ଢଳିବାରେ ଲାଗିଲାଣି । ଆବଶ୍ୟକ ରକ୍ଷଣାବେକ୍ଷଣ କରାନଗଲେ ଆଉ କିଛିବର୍ଷ ପରେ ମହାନଦୀରେ ଲୀନ ହୋଇଯିବାର ସମ୍ଭାବନା ରହିଛି । ଦ୍ୱାଦଶ ଶତାବ୍ଦୀରେ ପୁରୀର ରାଜା ଅନଙ୍ଗ ଭୀମଦେବଙ୍କ ଏକ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ସ୍ୱପ୍ନାଦେଶ ଅନୁସାରେ ମହାନଦୀ କୂଳେକୂଳେ ଯେଉଁସବୁ ଶିବ ମନ୍ଦିର ନିର୍ମାଣ କରିଥିଲେ ଉକ୍ତ ମନ୍ଦିରଟି ସେହି ଯୋଜନକିଆ ମନ୍ଦିର ଅନ୍ତର୍ଭୁକ୍ତ ବୋଲି ଇତିହାସ କହେ । ମହାନଦୀ କୂଳରେ ଶିବ ମନ୍ଦିର ଥିବାରୁ ବର୍ଷାଋତୁରେ ନଦୀର ସ୍ରୋତ ମନ୍ଦିର କାନ୍ଥରେ ବାଡେଇ ହେଉଥିବା କାରଣରୁ ଏହା ଦୁର୍ବଳ ହୋଇ ଡାହାଣକୁ ଢଳିବାକୁ ବସିଲାଣି । ଏପରିକି ମନ୍ଦିର ଶୀର୍ଷରୁ ମଧ୍ୟ ଭାଙ୍ଗିବାକୁ ବସିଲାଣି । ଏହି ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନେକ ଥର ଆସି ମନ୍ଦିରର ସମସ୍ୟା ଅନୁଧ୍ୟାନ କରିଛନ୍ତି ,ହେଲେ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ । ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ନଚେତ୍‌ ଏହି ପୂରାତନ ଶିବ ମନ୍ଦିର ମହାନଦୀ ଗର୍ଭରେ ଲୀନ ହେଇଯିବ । ତୁରନ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଦେବାକୁ ଜନସାଧାରଣରେ ଅନୁରୋଧ କରିଛନ୍ତି ।

Comments (0)
Add Comment