ବୌଦ୍ଧ: ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ, ରଥଖଳାରୁ ହୋଇପାରିଲା ନାହିଁ ଜବରଦଖଲ ଉଚ୍ଛେଦ

ବୌଦ୍ଧ,୨୫/୫:- ବୌଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରଥଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବାସହ ମନ୍ଦିର ଓ ରଥଖଳା ପରିସରକୁ ବିଭିନ୍ନ ସାରଞ୍ଜାମ ରଖି ଦଖଲ କରିରଖିଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଜିନିଷ ଉଠାଇ ମନ୍ଦିର ପରିସର ଓ ରଥଖଳା ଖାଲି କରିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ଜୁନ ୨୦ ତାରିଖ ରଥଯାତ୍ରା । ଏହି ସମୟରେ ବୌଦ୍ଧ ରଥଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ରହିବ ତେଣୁ ରଥଖଳା ଜବରଦଖଲ ମୁକ୍ତ ରହିବା ଆବଶ୍ୟକ ବୋଲି ବୈଠକରେ ଆପତ୍ତିି କରିଥିଲେ ରଥଯାତ୍ରା ପରିଚାଳନା କମିଟି ସଦସ୍ୟ ।

ଏଥିସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରଥଖଳା ମଧ୍ୟ ଜବରଦଖଲ ମୁକ୍ତ ହେଲେ ବଢେଇମାନେ ନିର୍ମାଣ କାର୍ଯ୍ୟ କରିବାରେ ଅସୁବିଧା ହେବନାହିଁ । ଯଥାଶୀଘ୍ର ଜବରଦଖଲ ଉଠାଇଲେ କାର୍ଯ୍ୟକରିବା ପାଇଁ ସୁବିଧା ହେବବୋଲି ବଢେଇମାନେ ପ୍ରକାଶ କରିଛନ୍ତି ।

Comments (0)
Add Comment