ଆବାସ ଯୋଜନାରୁ ବଞ୍ଚିତ ହଜାରୀ ଦନାୟକ, ପ୍ରଶାସନ ଦୃଷ୍ଟିଦେବାକୁ ଦାବି

ବୌଦ୍ଧ,୩୦/୫- ସରକାର ତୃଣମୁଳ ସ୍ତରରୁ ଆରମ୍ଭ କରି ବିଭିନ୍ନ ଯୋଜନା ତିଆରି କରୁଛନ୍ତି । ଏହିଭଳି ରାସ୍ତାଘାଟ, ଆବାସଘର , ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲିଚାଲିଛନ୍ତି । ହେଲେ ତାହା କାମରେ ଲାଗିପାରୁନଥିବା ଦେଖିବାକୁ ମିଳିଛି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଏହି ଗ୍ରାମରେ ବାସକରୁଥିବା ହଜାରୀ ଦନାୟକ (୪୬ )ଙ୍କୁ ଆବାସ ଘର ମିଳିନାହିଁ । ଏହି ଗରିବ ପରିବାରକୁ ଆବାସଘର ନ ମିଳିବାରୁ ଚାଳଘରେ ରହି ଜୀବନଯାପନ କରୁଛନ୍ତି । ସରକାରଙ୍କ କହିବା ଅନୁଯାୟୀ ୨୦୨୦ /୨୧ ବର୍ଷ ସୁଦ୍ଧା ପ୍ରତ୍ୟେକ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ । କିନ୍ତୁ ଆଜିବି କେତେକ ଗ୍ରାମରେ ଏମିତି ନିରୀହ ଗରିବ ଶ୍ରେଣୀର ଲୋକମାନେ ପକ୍କାଘର ଖଣ୍ଡିଏ ପାଇନଥିବା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହି ଗୋବିନ୍ଦପୁର ଗ୍ରାମର ହଜାରୀ ଦନାୟକଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଗ୍ରାମର ସଚେତନ ନାଗରିକ ଦାବି କରିଛନ୍ତି ।

Comments (0)
Add Comment