ନୂତନ ୧୮ ଗୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ବୌଦ୍ଧ,୨୧/୫ – ବହୁସଂଖ୍ୟାରେ କିଛି ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୮ ଗୋଟି ଅଞ୍ଚଳକୁ ଆଜି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିମିରିପାଲି, ବାଉଁଶୁଣୀ ଓ ଜମଘାଟୀ ଗ୍ରାମ, ବହିରା ଗ୍ରାମ ପଞ୍ଚାୟତର ବହିରା ଗ୍ରାମ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍‌ ଗ୍ରାମ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ବିଜାପଦର୍‌ ଗ୍ରାମ, ତାଲସରଡା ଗ୍ରାମ ପଞ୍ଚାୟତ ସଂଗ୍ରାମପୁର୍‌ ଗ୍ରାମ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ ଗ୍ରାମ ଓ ବାମଣ୍ଡା ଗ୍ରାମ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ପୁରୁଣା କଟକ ଗ୍ରାମ, ବାଣୀଭୂଷଣପୁର୍‌ ଗ୍ରାମ ପଞ୍ଚାୟତ ଠିଡିକାଜୋର୍‌ ଗ୍ରାମ, ପୀତାମ୍ବର ପୁର୍‌ ଗ୍ରାମ ପଞ୍ଚାୟତ ଇନ୍ଦ୍ରପୁର୍‌ ଗ୍ରାମ, ରାଧାନଗର୍‌ ଗ୍ରାମ ପଞ୍ଚାୟତ ଚନ୍ଦନ ନଗର ଓ ରାୟପୁର ଗ୍ରାମ, ତିଲେଶ୍ୱର୍‌ ଗ୍ରାମ ପଞ୍ଚାୟତର କୃଷ୍ଣପାଲି ଗ୍ରାମ, କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଞ୍ଚାୟତର ମଲିକୁଦ୍‌ ଗ୍ରାମ, ଖଟଖଟିଆ ଗ୍ରାମ ପଞ୍ଚାୟତ ଦମାମୁଣ୍ଡା ଗ୍ରାମ ଓ କଣ୍ଟାମାଳ ଗ୍ରାମ ପଞ୍ଚାୟତ କଣ୍ଟାମାଳ ଗ୍ରାମର ବହୁଳ ଭାବେ ପଜିଟିଭ ଚିହ୍ନଟ ହୋଇଥିବା ଅଂଚଳ ଗୁଡିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳ ଗୁଡିକରେ କଣ୍ଟେନମେଣ୍ଟ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ବାହାରକୁ ଆସିବା ଓ ବାହାର ଲୋକଙ୍କ ସେ ଅଞ୍ଚଳକୁ ପ୍ରବେଶ ଉପରେ ପ୍ରଶାସନ ନିଷେଧାଦେଶ ଜାରି କରିଥିବାର ଜଣାପଡିଛି ।

Comments (0)
Add Comment