ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,୨୧/୧୧- ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡିରହିଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ବାପା ଜୀବର୍ଦ୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣାରେ ତାଙ୍କର ଗୋଡ଼ ଆଘାତ ଲାଗିଥିଲା ଏବେ ସେ ଚାଲିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି । ପରିବାର ଚଳାଇବା ପାଇଁ ଶୀତଳର ମା ମୂଲ ଲାଗି ଯାହା ମିଳେ ସେଥିରୁ ଔଷଧ ଖର୍ଚ୍ଚ ଓ ପରିବାର ଚଳେ । ଶୀତଲକୁ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ବୁର୍ଲା ନେଇ ଖର୍ଚ୍ଚାନ୍ତ ହେବା ପରେ ମଧ୍ୟ ଭଲ ନହେବା ଫଳରେ ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ମାଁ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ସେ ପୂର୍ବପରି ଚଲାବୁଲା ସହିତ ପାଠ ପଢିପାରନ୍ତା ବୋଲି ତାଙ୍କ ପରିବାର ଲୋକେ କହୁଛନ୍ତି ।

Comments (0)
Add Comment