ବୌଦ୍ଧ.୬/୧ – ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ଆଗରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କ ନେତୃତ୍ୱରେ ବିକ୍ଷୋଭ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଗତ ୨ତାରିଖରେ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟାର ପ୍ରତିବାଦରେ ସଂପୃକ୍ତ ଥିବା ପ୍ରତାପ ଜେନାଙ୍କୁ ଗିରଫ କରିବା ଓ ମନ୍ତ୍ରୀପଦରୁ ବହିଷ୍କାର କରିବା ପାଇଁ ବିକ୍ଷୋଭ କରାଯାଇଥିଲା । ଏଥିରେ ପୂର୍ବତନ ଜିଲ୍ଲା ସଭାପତି ମାଗୁଣୀ ଗାଇଗୌରିଆ, ତାପସ ପଟ୍ଟନାୟକ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପଧାନ, ଶେଷଦେବ ଛନ୍ଦ, ସୁବାଷ ଦେହୁରୀ, ସୁଦାମ ମେଣ୍ଡଲି, ଅରୁପା ଦୀପ, ବାମନ ବାରିକ, ମନୋଜ ସାହୁ, ଯସଶ୍ୱୀ ସିଂହ, ବିକାଶ ପଣ୍ଡା, ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତ । ପ୍ରମୁଖ ଉପସ୍ଥିତ ଥିଲେ ।