ବୌଦ୍ଧ: ଆଜି ନୂତନ ୧୮ କରୋନା ପଜିଟିଭ ଚିହ୍ନଟ, ୨ ମୃତ

ବୌଦ୍ଧ,୫/୧୦- ବୌଦ୍ଧଜିଲାରେ ଆଜି ଗୋଟିଏ ଦିନରେ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରରୁ ୩, ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମରୁ ୩ ଜଣ, ଦେଉଳି ଓ ବାଣୀଭୂଷଣପୁରରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଇଚ୍ଛାପୁର , ବଉଳସିଙ୍ଗା, ଚନ୍ଦ୍ରପୁର , ରତାଖଣ୍ଡି, କାଦପଡା, ସୁଲିଆ ଓ ଲାଣ୍ଡିଜରରୁ ଜଣେ ଲେଖାଏଁ ପଜିଟିଭ ରହିଛନ୍ତି । ଅନ୍ୟ ଜଣକ ଜିଲ୍ଲା ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୦୩୮କୁ ବୃଦ୍ଧି ପାଇଛି । ମୃତକମାନେ ହେଲେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମାଉଳିସିଙ୍ଗା ଗ୍ରାମର ୪୪ବର୍ଷୀୟ ଯୁବକ ଓ ଅନ୍ୟଜଣେ କେଳାକଟା ଗ୍ରାମର ୬୪ ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ମାଉଳିସିଙ୍ଗା ଗ୍ରାମର ଯୁବକ ସେପ୍ଟେମ୍ବର ୧୩ରେ ରାତି ୧୨ଟା ୪୦ରେ କୋଭିଡ ସେଣ୍ଟରରେ ଭର୍ତ୍ତି ହୋଇଥିବାବେଳେ ଭୋର୍‌ ସମୟରେ ମୃତ୍ୟୁବରଣ କରିଥିଲେ । ସେହିପରି କେଳାକଟା ଗ୍ରାମର ବୃଦ୍ଧ ଜଣକ ସେପ୍ଟେମ୍ବର ୧୬ରେ ଭର୍ତ୍ତି ହୋଇଥିବାବେଳେ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ । ଏହି ଦୁଇଜଣ କରୋନାରେ ମୃତ୍ୟୁବରଣ କରିଥିବା ଆଜି ସରକାରୀ ହିସାବରେ ଘୋଷଣା କରାଯାଇଛି ।

Comments (0)
Add Comment