ବୁର୍ଲାରେ ଜୀବନ ହାରିଲେ ଆଉ ଜଣେ କୋଭିଡ ଆକ୍ରାନ୍ତ

ବୌଦ୍ଧ,୩/୬ – ବୌଦ୍ଧ ବ୍ଲକ୍‌ ରକସା ଗ୍ରାମ ପଞ୍ଚାୟତ ବାଗଡିଆ ମେହେର ସାହିର ହୁଡା ଚନ୍ଦ୍ର ମେହେର କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରକସା ଗ୍ରାମ ପଞ୍ଚାୟତ ବାଗଡିଆ ମେହେର ସାହିର ହୁଡା ଚନ୍ଦ୍ର୍ର ମେହେର ଅସୁସ୍ଥତା ଅନୁଭବ କରିବା ପରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୨୫ ତାରିଖ ଦିନ କୋଭିଡ ପରୀକ୍ଷା କରାଇ ଥିଲେ । ପଜିଟିଭ ଚିହ୍ନଟ ହେବାପରେ ହୋମ୍‌ ଆଇସୋଲେସନରେ ରହିବା ଭିତରେ ଅମ୍ଳଜାନ ସ୍ତର କମିଯିବାରୁ ବୁର୍ଲାସ୍ଥିତ ସମଲେଶ୍ୱରୀ ନର୍ସିଂ ହୋମରେ ୨୮ ତାରିଖରେ ଭର୍ତ୍ତିର୍ି ହୋଇଥିଲେ । ୨୯ ତାରିଖ ଦିନ ଆଇ. ସି. ୟୂ. କୁ ନିଆଯାଇଥିଲା । ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment