ବୌଦ୍ଧ/ଜହ୍ନ ।ପଙ୍କ,୬/୨:- ବୌଦ୍ଧ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲା ଯୁବ ସାଂସଦ କାର୍ଯ୍ୟକ୍ରମ ପ ।ଲଝାର ସ୍ଥିତ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅବିନାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନେହେରୁ ଯୁବକେନ୍ଦ୍ରର ପ୍ରକଳ୍ପ ସଂଯୋଜକ ଆସ୍ମାନ ମହାକୁଡ଼ ସମସ୍ତଙ୍କୁ ସ୍ୱାଗତ ଜଣେଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ୫ ନଂ ଜୋନ୍ର ଜିଲ୍ଲାପରିଷଦ ସଭ୍ୟ । ଶ୍ରୀମତୀ ଉର୍ମିଳା ଝାଙ୍କର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜବାହାରଲାଲ ନେହେରୁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜଲି ଟୋମି, ପଲିଟେକନିକ ଅଧକ୍ଷ ଜୀତେନ୍ଦ୍ର ନାରାୟଣ ଦାସ ,ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାର, ଡିଜି ନୋମିନି ଦେବାଶିଷ ପୁରୋହିତ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବରେ ଆଦିତ୍ୟ ମେହେର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଭାଗି ଭାବରେ ଜବାହରଲାଲ ନେହେରୁ ବିଦ୍ୟାଳୟ , ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ବୌଦ୍ଧ, ପଲିଟେକ୍ନିକ ତଥା ବିଭିନ୍ନ ୟୁଥକ୍ଲବ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଯୁବ ଅଧିକାରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପରେ ସମସ୍ତ ଅତିଥି ବୃନ୍ଦ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ମହୋଦୟା ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମର ଅଂଶୀଦାର ହୋଇଥିବାରୁ ନିଜକୁ ବହୁତ ଆନନ୍ଦ ଲାଗୁଛି ବୋଲି ମତପ୍ରକାଶ କରିବା ସହିତ ଛାତ୍ରଛାତ୍ରୀଙ୍କୁ ସଂକ୍ଷେପରେ ଉଦବୋଧନ ଦେଇଥିଲେ । ପରେ ପାର୍ଲିଆମେଣ୍ଟରେ କେମିତି ସବୁ କାର୍ଯ୍ୟ ହୋଇଥାଏ ତାର ପୁରା ନକଲ ଜେଏନଭିର ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ଅଭିନୟ ମାଧ୍ୟମରେ ଜଣାଇଥିଲେ । କିଭଳି ଶାସକ ଦଳ ଏବଂ ବିରୋଧୀ ଦଳ ନିଜନିଜର ପକ୍ଷ ରଖନ୍ତି ସେସବୁର ଅବିକଳ ନକଲ କରି ବୁଝାଇଥିଲେ । ଶେଷରେ ପ୍ରତିଭାଗୀମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଏବଂ ଆଇଟିଆଇର ସମସ୍ତ କର୍ମକର୍ତ୍ତା ସଂପୂର୍ଣ୍ଣ ସହଯୋଗ କରିଥିଲେ ।