ବୌଦ୍ଧ: ନୂତନ ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୮/୩- ଆଜି ନୂତନ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଭାବେ ହେମନ୍ତ ବେହେରା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲାଳାଟେନ୍ଦୁ ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ ପତ୍ର ଦେଇଥିଲେ । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ଜ଼ିଲ୍ଲାର ସଂସ୍କୃତି ଏବଂ ଐତିହ୍ୟ ଉପରେ ବିଶେଷ ଧ୍ୟାନ ଦେଇ ଆଗ୍ରହ ଏବଂ ଉତ୍ସାହର ସହିତ କାମ କରିବାକୁ ପରାମର୍ଶ ଦେଇଥିଲେ । ପରେ ଶ୍ରୀ ବେହେରା ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କୁ ସାକ୍ଷାତ କରି ଜ଼ିଲ୍ଲାର ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ତାଙ୍କ ସହ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଏବଂ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment