ବାଲିଚାଲାଣ ବେଳେ ୩ ଟ୍ରାକ୍ଟର ଅଟକ, ଜୋରିମାନା ଆଦାୟ

ବୌଦ୍ଧ,୪/୧୧ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡା ରାଜସ୍ୱ ସର୍କଲ ଅନ୍ତର୍ଗତ କୁଲୁତାଜୋର୍‌ ଗ୍ରାମ ପଞ୍ଚାୟତ ଫାସେଡ୍‌ ତେଲ ନଦୀ ଘାଟରୁ ବାଲି ଚାଲାଣ କରୁଥିବା ବେଳେ ୩ ଗୋଟି ଟ୍ରାକ୍ଟରକୁ ଅଟକ ରଖି ସେମାନଙ୍କ ଠାରୁ ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ କୌଣସି ସୂତ୍ରରୁ ସୂଚନା ପାଇ ଫାସେଡ୍‌ ତେଲ ନଦୀ ଘାଟରୁ ବେନିୟମ ବାଲିଚାଲାଣ କରୁଥିବା ୩ ଗୋଟି ଟ୍ରାକ୍ଟର ଠାରୁ ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରି ଘଣ୍ଟାପଡା ରାଜସ୍ୱ ନିରୀକ୍ଷକ ଦିଲ୍ଲିପ ପଟ୍ଟନାୟକଙ୍କ ଜିମା ଦେଇଛନ୍ତି । ଧରା ପଡିଥିବା ଗାଡି ଗୁଡିକ ହେଲା କଳାହାଣ୍ଡି ଜିଲ୍ଲା ମୋହନଗିରି ଗ୍ରାମର କରୁଣାକର ସାହୁଙ୍କ ଟ୍ରାକ୍ଟର ଓଡି ୩୧ ଜି ୪୬୬୫, ଘଣ୍ଟାପଡା ଗ୍ରାମର ରାଜେନ୍ଦ୍ର କରଙ୍କ ଟ୍ରାକ୍ଟର ଓଡି ୩୧ ୪୨୧୯ ଓ ଘଣ୍ଟାପଡା ଗ୍ରାମର ବଳରାମ ମଲିକଙ୍କ ଟ୍ରାକ୍ଟର ଓଡି ୩୧ ଏଫ ୧୨୪୮ ବୋଲି ଜଣାପଡିଛି । ଜିଲ୍ଲାର ସମସ୍ତ ତହସିଲରେ ବ୍ୟାପକ ବାଲି ଚୋରାଚାଲାଣ ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନଙ୍କ କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣରେ ପ୍ରଶଂସା କରାଯାଇଛି ।

Comments (0)
Add Comment