ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସରେ ବ୍ୟଙ୍ଗକବି ସମ୍ମିଳନୀ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ,୨୫/୪- ଶ୍ରୀରାମଲୀଳା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ, କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ, ସଭାପତି ତଥା ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟା ୬ ଘଟିକା ସମୟରେ ରାଧାକୃଷ୍ଣ ସଂକୀର୍ତ୍ତନ୍ୟମଣ୍ଡଳୀ, ପଳାସପାଟ, ପତର ସଉରା, ଖୁଣ୍ଟିଆପଡା, ଓଡିଶୀ ସମ୍ପ୍ରଦା ସଂକୀର୍ତନ, ଗୋବିନ୍ଦପୁର ଏବଂ ଶ୍ରୀରାମଲୀଳା ନାଟ୍ୟ ସଂସଦ, ବାମଣ୍ଡା, ବୌଦ୍ଧ -ରାମଲୀଳା, ପ୍ରଣାମ, ବୌଦ୍ଧ -ଓଡିଶୀ, ଜଗନ୍ନାଥ କଳାକେନ୍ଦ୍ର, ନବରଙ୍ଗପୁର (ଆଦିବାସୀ ବେଣ୍ଟ ନୃତ୍ୟ ) ପରିବେଷଣ କରିଥିଲେ ।

ସଭା ପରେପରେ ହାସ୍ୟ ବ୍ୟଙ୍ଗକବି ସମ୍ମିିଳନୀରେ ହାସ୍ୟ କବି ପ୍ରିୟବ୍ରତ ପଣ୍ଡା, ଶ୍ରୀଯୁକ୍ତ ସତ୍ୟାନାଶ, ଶାନ୍ତନୁ ପାଣିଗ୍ରାହୀ, ଶ୍ରୀଯୁକ୍ତ ବୋଲଗଡ଼ ଏକସ ପ୍ରେସ୍‌, ଡ. ରମାକାନ୍ତ ମହାପାତ୍ର, ଶ୍ରୀ ଚିତାକଟା, ଡ. ଦେବାଶିଷ ମହାପାତ୍ର, ଦୁର୍ବଳିଆ କବି ସୁଶାନ୍ତ ସାହୁ ଯୋଗଦେଇ ଦର୍ଶକ ମାନଙ୍କ ମନ ମୁଗ୍ଧ କରିଥିଲେ । ଏହି ଅବସରରେ ଚିତ୍ତରଞ୍ଜନ ବେହେରା ଏକ ସ୍ୱରଚିତ କବିତା ପାଠ କରିଥିଲେ । ପରେ ସମସ୍ତ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବ୍ଲକ କଳା ସଂସ୍କୃତି ସଙ୍ଘର ଉପ -ସଭାପତି ସ୍ୱାଧୀନ କୁମାର ପରିଡାଙ୍କ ତତ୍ୱାବଧାନରେ ବୁଟୁପାଲିରେ ବାଦୀପାଲାରେ ମା ପୂର୍ଣ୍ଣମାସୀ ପାଲା ସଂସଦ, ବ୍ରାହ୍ମଣୀ, ଗାୟକ -କୃଷ୍ଣଚନ୍ଦ୍ର ମିଶ୍ର ଓ ସାଥି କଳାକାର, ଜାଗୃତି ବିଜୟା ପାଲା ସଂସଦ, ମହାକୁଡ଼ପାଲୀ ଗାୟକ -ବାଞ୍ଚାନିଧି ପ୍ରଧାନ ଓ ସାଥି କଳାକାର ବାଦୀ ପାଲା କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ ।

ଶେଷରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ ପରେ ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଏନ.ଏ.ସି. ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ, ବୁଦ୍ଧିଜୀବୀ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment