ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସତ୍ୟାଗ୍ରହ

ବୌଦ୍ଧ,୧୮/୧ – ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ମଜଦୁର କଂଗ୍ରେସର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବେକାର ଯୁବକ ଯୁବତୀଙ୍କ କର୍ମ ନିଯୁକ୍ତି, ଘରୋଇ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଯୁବକଙ୍କୁ କର୍ମ ସଂସ୍ଥାନ, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ବିକ୍ରୀ ବନ୍ଦ କରିବା, କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତିର ପ୍ରତ୍ୟାହାର, ସମସ୍ତଙ୍କୁ କୋଭିଡ ଟିକାକାରଣ କରାଯିବା ସମ୍ପର୍କରେ ଦାବୀ କରିଥିଲେ ।


ସେହିପରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ମାନଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ସତ୍ୟାଗ୍ରହ କରାଯାଇଥିଲା । ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର, ସରୋଜ କୁମାର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସୁଧୀର କୁମାର କର୍ଣ୍ଣ, ଉଦୟନାଥ ଶର୍ମା, ଅର୍ଜୁନ ମହାନନ୍ଦିଆ, ବୁଦ୍ଧଦେବ ପ୍ରଧାନ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ଶିବ କୁମାର୍‌ ବେହେରା, ବିଶ୍ୱଜିତ ମିଶ୍ର ପ୍ରମୁଖ ନେତୃବର୍ଗ ଯୋଗ ଦେଇଥିଲେ ।

Comments (0)
Add Comment