ବଢି ଚାଲିଛି ସଂକ୍ରମଣ, ବୌଦ୍ଧ ଜିଲ୍ଲାରେ ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୩/୮ – ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ପରେ ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ ରେ ପହଞ୍ଚିଛି । ପୂର୍ବରୁ ବୌଦ୍ଧ ବ୍ଲକ୍‌ ଓ ସହରାଞ୍ଚଳ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଆସୁଥିବା ବେଳେ ବର୍ତ୍ତମାନ କଣ୍ଟାମାଳ ଓ ହରଭଙ୍ଗା ବ୍ଲକ୍‌ ଉପାନ୍ତ ଅଞ୍ଚ ମୁହାଁ ହୋଇଛି କରୋନା ।
ଆଜି ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବୌଦ୍ଧବ୍ଲକ୍‌ ନାରାୟଣନଗର ଗ୍ରାମରୁ ୯, କଣ୍ଟାମାଳ ବ୍ଲକ୍‌ କେଉଁଟିପାଲି ଗ୍ରାମରୁ ୨, ଖଲିଆମୁଣ୍ଡା ଗ୍ରାମରୁ ୨ ଓ ବୀରସିଂପୁର ଗ୍ରାମରୁ ୧ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ହରଭଙ୍ଗା ବ୍ଲକ୍‌ ବୀରନରସିଂହପୁର ଗ୍ରାମରୁ ୫ ଜଣ, ଧଳପୁର, ରାମଗଡ ଓ ଛତ୍ରଙ୍ଗ ଗ୍ରାମ ପଂଚାୟତ ମଧ୍ୟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।
ସେପଟେ ନାରାୟଣନଗର ଗ୍ରାମରୁ ଚିହ୍ନଟ ହୋଇଥିବା ୯ ଜଣ କରୋନା ପଜିଟିଭ ବ୍ୟକ୍ତିଙ୍କୁ କୋଭିଡ ଡାକ୍ତରଖାନା ଅଣା ନଯିବା ପ୍ରସଙ୍ଗରେ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଯେଉଁ ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ ବିଶେଷ ଲକ୍ଷଣ ପ୍ରକାଶ ପାଉନାହିଁ ତାଙ୍କୁ ଡାକ୍ତରଖାନା ଅଣାଯିବ ନାହିଁ ଓ ସେମାନେ ନିଜ ଘରେ ହୋମ୍‌ ଆଇସୋଲେସନରେ ରହିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ।

Comments (0)
Add Comment