ବୌଦ୍ଧ,୫/୬- ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ବନଖଣ୍ଡ ତରଫରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ, ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏକ ପୃଥକ କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଓ ଫ୍ରେଣ୍ଡସିପ କ୍ଲବ ସହଯୋଗରେ ଅନଲାଇନ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜରେ ଲାଲକୃଷ୍ଣ ସାହୁ ପ୍ରଥମ, କିଷାନ କୁମାର ମିଶ୍ର ଦ୍ୱିତୀୟ, ଆଲୋଚିକା ପୃଷ୍ଟି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଶ୍ରଦ୍ଧା ସୁମନ ମହାକୁଳ ପ୍ରଥମ, ମନିଷା ପଟ୍ଟନାୟକ ଦ୍ୱିତୀୟ ଓ ରମାକାନ୍ତ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି କନିଷ୍ଠ ବର୍ଗରେ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଛାତ୍ର ସାଇପ୍ରତୀକ ବେହେରା ପ୍ରଥମ, ଆଦର୍ଶ ବିଦ୍ୟାଳୟର ଛାତ୍ର ଶୁଭ୍ରଜିତ ମେହେର ଦ୍ୱିତୀୟ ଓ ଛାତ୍ରୀ କୃତ୍ତିବା ପ୍ରତୟା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ସମସ୍ତ କୃତ୍ତି ପ୍ରତିଯୋଗୀଙ୍କୁ ଆଜି ବୌଦ୍ଧ ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସହକାରୀ ବନସଂରକ୍ଷକ ସୌମ୍ୟରଞ୍ଜନ ଗୋଚ୍ଛାୟତ ପରିଚାଳନା କରିଥିବାବେଳେ ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତ, ଜୀତେନ୍ଦ୍ର ବେହେରା, ବନପାଳ ଗୋବର୍ଦ୍ଧନ ମେହେର ପ୍ରମୁଖ ସହଯୋଗ କରିଥିଲେ ।