ବୌଦ୍ଧ,୨୪/୪ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୯ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହି ୩୯ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁହିଁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ନୂତନ ୩୯ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୩୭ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୩୯ ଜଣ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୨୨ ଜଣ, ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମରୁ ୧ ଜଣ, ହରଭଂଗା ଗ୍ରାମରୁ ୧ ଜଣ, କରଡି ଗ୍ରାମରୁ ୧ ଜଣ, ଆଡେଣିଗଡ ଗ୍ରାମରୁ ୧ ଜଣ, ମହୀବାହାଲ୍ ଗ୍ରାମରୁ ୧ ଜଣ, ଲଇଗାଁ ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମରୁ ୪ ଜଣ, ବଢିଗାଁ ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ ଆମ୍ବଗାଁ ଗ୍ରାମରୁ ୧ ଜଣ ଓ ନାରାୟଣ ପ୍ରସାଦ ଗ୍ରାମରୁ ୪ ଜଣ ନୂତନ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସିଡିଏମଓ ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି । କରୋନା ସମ୍ପର୍କିତ କୌଣସି ସୁଚନା ଜନସାଧାରଣ ଦେବାପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଏକ ହୁଆଟ୍ସଆପ୍ ନମ୍ବର୍ ଜାରୀ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ଆଗମନ, କୋଭିଡ ନିୟମ ଉଲ୍ଲଂଘନ, ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନରେ ଖିଲାପ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରଶାସନକୁ ସୁଚନା ଦେବାପାଇଁ ଚାହୁଁଥିଲେ ୭୮୪୮୦୦୪୧୫୮ ନମ୍ବରରେ ଜନସାଧାରଣ ସୁଚନା ଦେଇପାରିବେ ।