ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାଗିରି ପ୍ରତିବାଦରେ ବିଜେପି ତରଫରୁ ସତ୍ୟାଗ୍ରହ

ବୌଦ୍ଧ ୧୪/୩:- ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାଗିରି ପ୍ରତିବାଦରେ ଦୁଇ ଘଣ୍ଟିଆ ସତ୍ୟାଗ୍ରହ ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଜେପି କର୍ମକର୍ତ୍ତାଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧ ନିର୍ବାଚନର ପ୍ରାର୍ଥୀ ଓ ପ୍ରାର୍ଥିନୀ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ । ମୁହଁରେ କଳାପଟି ବାନ୍ଧି ବିଭିନ୍ନ ଦାବିର କାର୍ଡ ପ୍ରଦର୍ଶିତ କରି ବିଜେପି ତରଫରୁ ମୌନ ସତ୍ୟାଗ୍ରହ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ ଦଳର ବରିଷ୍ଠ ନେତା ଯୁଗଳ ସାହୁ, ଚେୟାରମ୍ୟା ପ୍ରାର୍ଥୀ ଯୁଗଳ କିଶୋର ସାମଲ, ମନରଞ୍ଜନ ଦାସ, ସୌମୀତ୍ରି ନାଏକ , ସୂର୍ଯ୍ୟ ନାରାୟଣ ମହାପାତ୍ର, ତାପସ କୁମାର ପଟନାୟକ, ରାଜ କିଶୋର ମେହେର, ପ୍ରେମାନନ୍ଦ ମିଶ୍ର, ଆଶୁତୋଷ ବାରିକ, ମୀନାରାଣୀ ମିଶ୍ର, ନମିତା ରାଣୀ ଦାସଙ୍କ ସମେତ ବହୁ ନେତୃବୃନ୍ଦ ଯୋଗଦାନ କରିଥିଲେ ।

Comments (0)
Add Comment