ବିଜେପି ମହିଳାମୋର୍ଚ୍ଚା ତରଫରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶ ପୁତ୍ତଳିକା ଦାହ

ବୌଦ୍ଧ,୨୦/୧୦- ଆଜି ଅପରାହ୍ନରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ଗାନ୍ଧୀ ଛକ ଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ ସହ ବିକ୍ଷୋଭ ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ ପ୍ରଦାନ କରାଯାଇଛି । କଳାହାଣ୍ଡି ସନ ସାଇନ ପବ୍ଲିକ ସ୍କୁଲ୍‌ର ଅଧ୍ୟକ୍ଷା ମମିତା ମେହେରଙ୍କର ଅପହରଣ, ହତ୍ୟା, ପାଇଁ ଦାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ସହ ଏସବୁର ଖଳନାୟକ ଭୂମିକାରେ ଥିବା ମାନ୍ୟବର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଦାବୀ ନେଇ ଆନ୍ଦୋଳନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର, ଉପସଭାନେତ୍ରୀ ନମିତା ରାଣୀ ଦାଶ,ସାଧାରଣ ସଂପାଦକ ତାପସ ପଟ୍ଟନାୟକଙ୍କ ସମେତ ମହିଳା କର୍ମୀ ଓ ବିଜେପି କର୍ମୀମାନେ ସାମିଲ ହୋଇଥିଲେ ।

Comments (0)
Add Comment