ବିଭିନ୍ନ ଦାବିନେଇ କଂଗ୍ରେସର ଅହୋରାତ୍ର ଗଣଧାରଣା

ବୌଦ୍ଧ,୧୫/୧୧- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବିନେଇ ଆଜିଠାରୁ ଅହୋରାତ୍ର ଗଣଧାରଣା ଦିଆଯାଇଛି । ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା, ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତା, ଟାଉନ କଂଗ୍ରେସ କମିଟି କର୍ମକର୍ତ୍ତା, ବିଧାୟକ ପ୍ରାର୍ଥୀ ଏହି ଗଣଧାରଣାରେ ବସିଛନ୍ତି । ଦାବିଗୁଡିକ ମଧ୍ୟରେ ବୌଦ୍ଧଗଡ ଏନଏସିକୁ ପୌରପାଳିକା ଘୋଷଣା କରିବା ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ନୂତନ ଏନଏସି ଘୋଷଣା କରିବା ପ୍ରମୁଖ ଦାବି ରହିଛି । ଏହି ଗଣଧାରଣାରେ ବରିଷ୍ଠ କଂଗ୍ରେସନେତା ସୁଧୀର କୁମାର କର୍ଣ୍ଣ, ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ସୋମରେଶ ମିଶ୍ର, ସଂପାଦକ ଅର୍ଜୁନ ମହାନନ୍ଦିଆ, ପଙ୍କଜ କର୍ଣ୍ଣ, ଶାନ୍ତନୁ ମହାପାତ୍ର, ହାସନ ଖାନ, ବିଶ୍ୱଜିତ ମିଶ୍ର, ପ୍ରଦ୍ୟୁମ୍ନ ଧଳ, ସମରେନ୍ଦ୍ର ମହାକୁଳ, ପ୍ରତାପ ପଣ୍ଡା, ଶିବ ବେହେରା, ଅଗସ୍ତି ପ୍ରଧାନ, ପ୍ରଦିପ ଦାସଙ୍କ ସମେତ ବହୁ ପୁରୁଷ ଓ ମହିଳା କଂଗ୍ରେସ କର୍ମୀମାନେ ବସିଛନ୍ତି । ଏହି ଧାରଣା ଆସନ୍ତା ୧୭ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା କଂଗ୍ରେସ କମିଟି ତରଫରୁ ସୂଚନା ଦିଆଯାଇଛି ।

Comments (0)
Add Comment