ଟୀକାକରଣ ସଚେତନତା ରଥ ଉଦଘାଟିତ

ବୌଦ୍ଧ,୧୨/୩- ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅଭୟ କୁମାର ଦାଶ ସବୁଜ ପତାକା ଦେଖାଇ ଏହାର ଉଦଘାଟନ କରିଥିଲେ । ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡକ୍ଟର ମଦନ ମୋହନ ପ୍ରଧାନ, ଏଡିଏଚଓ ଡକ୍ଟର ହେମ୍ବ୍ରମ, ଏମଓ ଆଇସି ଡକ୍ଟର ସାଏ, ଆଡେଣିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡିପିଏମ, ଏନଏଚଏମ, ଡିଏମଆରସି, ପ୍ଲାନ ଇଣ୍ଡିଆର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ୫୦ରୁ ଅଧିକ ଏଏନଏମ କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ଟୀକାକାରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ପ୍ଲାନ ଇଣ୍ଡିଆ ତରଫରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି ରଥ ପ୍ରତି ଗାଁ ବୁଲି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ଆସନ୍ତା ପନ୍ଦର ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ ସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡିପିଏମ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Comments (0)
Add Comment