ବୌଦ୍ଧ ଏନଏସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବୌଦ୍ଧ,୨୨/୪- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ଟାଉନହଲ ଠାରେ ଭୂମି ପ୍ରମାଣପତ୍ର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପାଧ୍ୟକ୍ଷା ସୁବାସିନୀ ସେଠୀ, ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଯୋଗଦେଇଥିଲେ । ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୩୫ଜଣ ଭୂମି ହିତାଧିକାରୀଙ୍କ ମଧ୍ୟରୁ ବୁଦ୍ଧଦେବ ସାହିର ୩୩ ଜଣ, ୱାର୍ଡ ନଂ ୧୬ ବାପୁଜୀନଗରର ଜଣେ ଓ ୱାର୍ଡ ନଂ ୧ ଇରିଗେସନ କଲୋନୀର ଜଣେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ୨୧୪ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମରେ ଏନଏସିର ପ୍ରଫୁଲ୍ଲ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Comments (0)
Add Comment