ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର

ବୌଦ୍ଧ,୧୨/୧୧- ବୌଦ୍ଧ ବ୍ଲକ ଶଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟିକୁ ଜିଲ୍ଲା ଶିକ୍ଷା ବିଭାଗର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନା ଉଦଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ବଲ୍ଲଭ ଚନ୍ଦ୍ର ପ୍ରଧାନ ତଥା ଚକ୍ଷୁ ସହାୟକ ସନ୍ତୋଷ କୁମାର ବରାଡ଼ ଓ ବିଜୟକାନ୍ତ ମହାପାତ୍ର ପିଲାଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ସମୁଦାୟ ୨୧୮ ଜଣ ଛ ।ତ୍ରଛ ।ତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ତନ୍ମଧ୍ୟରୁ ୨୩ ଜଣ ଛ ।ତ୍ରଛାତ୍ରୀଙ୍କୁ ମାଗଣାରେ ଆବଶ୍ୟକ ଚଷମା ପ୍ରଦାନ କରାଯିବା ସହ ୬ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟ ମେଡ଼ିକାଲକୁ ରେଫର କରାଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଠିକ ସେହିପରି ଅନୁରୂପ ଭାବେ ଆଜିର ଦିନରେ କଣ୍ଟାମାଳ ବ୍ଲକର ଆମ୍ବଗାଁ ହାଇସ୍କୁଲଠାରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଥିରେ ୨୬୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଶିବିରଟିକୁ କଣ୍ଟାମାଳ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦୁର୍ଗା ଚରଣ ପ୍ରଧାନ ଉଦଘାଟନ କରିଥିବାବେଳେ ପଣ୍ଡାପାଲି ସୁବର୍ଣ୍ଣପୁରର ଦୁଇଜଣ ଚକ୍ଷୁ ସହାୟକ ଆସି ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଇତିମଧ୍ୟରେ ୨୦୨୨-୨୩ ବର୍ଷପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟାଳୟ ପିଲାଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ୧୪ ଗୋଟି ଶିବିରର ସଫଳ ଆୟୋଜନର ପରିସମାପ୍ତି ଘଟିଛି ।

Comments (0)
Add Comment