ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ବାର୍ଷିକ କ୍ରୀଡ଼ା ଉଦଯାପିତ

ଜହ୍ନ ।ପଙ୍କ,୧୦/୧:ବୋୖଦ୍ଧ ଜିଲ୍ଲା ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଂଗ୍ରାମପୁର ରେ ବୋୖଦ୍ଧ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ଥରୀୟ ବିଦ୍ୟାଳୟ ସମୁହ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରଦ୍ୟୁଷ ପ୍ରିୟଦର୍ଶୀ ରଥ,ସମ୍ମାନିତ ଅତିଥି ଭାବେ ଏବିଇଓ ଅଖିଳ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ସଭାପତିତ୍ୱ କରିଥିଲେ । ବିଦ୍ୟାଳୟ ର ପ୍ରତିଷ୍ଠାତା ଚେତାରାମ ପଟ୍ଟନାୟକ, ଜିଲ୍ଲା ଶାରୀରିକ ସଂଯୋଜକ ଆନନ୍ଦ କୁମାର ବେହେରା ଯୋଗ ଦେଇ ବାର୍ଷିକ କ୍ରୀଡ଼ାର ଉପାଦେୟତା ସମ୍ପର୍କରେ କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ବସନ୍ତ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ।୧୭ ବର୍ଷ ବର୍ଗ ବାଳିକା ବିଭାଗରେ ଚମ୍ପିୟାନ ହୋଇଥିବା ପୁରୁଣାକଟକ ସରକାରୀ ଉଚ୍ଚ ବିଦ୍ୟାଳୟର ମୋନାଲିସା ଭୋକ୍ତା ଓ ବାଳକ ବିଭାଗରେ ଚମ୍ପିୟାନ ହୋଇଥିବା ସଂଗ୍ରାମପୁର ଉଚ୍‌ଚ ବିଦ୍ୟାଳୟର ଯଦୁମଣି ଭୋଇ ଏବଂ ୧୪ ବର୍ଷ ବର୍ଗ ବାଳିକା ବିଭାଗରେ ଚମ୍ପିୟାନ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଅମରିତା ବେହେରା ଓ ବାଳକ ବିଭାଗରେ ଚମ୍ପିୟାନ ହୋଇଥିବା ଜହ୍ନ ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ କେଶରୀ ନାଏକ ଓ ବିଭିନ୍ନ ଖେଳରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଶେଷରେ ବିିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭରତ ମେହେର ଧନ୍ୟବାଦ ଦେଇଥିଲେ ।ଦୁଇ ଦିନ ଧରି ଚାଲିଥିବା ଏହି ବିଦ୍ୟାଳୟ ସମୁହ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଲ ବ୍ଳକର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୨୦ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment