ବୌଦ୍ଧ,୧୨/୮- ଆଜି ସ୍ଥାନୀୟ ଟାଉନହଲଠାରେ ବିଜୁ ଯୁବ ଛାତ୍ର ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ତଥା ଯୋଜନାବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହୀଧର ରଣା, ବୌଦ୍ଧ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ବି ଜେ ଡ଼ି ରାଜ୍ୟ ଯୁବ ସଭାପତି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ, ବି ଜେ ଡ଼ି ରାଜ୍ୟ ଛାତ୍ର ସଭାପତି ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ଯୁବ ଛାତ୍ର କର୍ମୀମାନଙ୍କୁ ଉତ୍ସାହିତ କରିଥିବାବେଳେ ସ୍ଥାନୀୟ ନେତା ମାନେ ନିଜ ନିଜର ସୁଚିନ୍ତିତ ମତ ରଖିଥିଲେ ।
ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳକୁ ବିପୁଳ ମାତ୍ରାରେ ଜିତାଇବା ପାଇଁ ଯୁବ ଓ ଛାତ୍ର କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ଏହି ସମ୍ମିଳନୀକୁ ଜିଲ୍ଲା ଯୁବ ବିଜେଡ଼ି ସଭାପତି ମୃତ୍ୟୁଞ୍ଜୟ ମିଶ୍ର ପରିଚାଳନା କରିଥିଲେ ।