ବୌଦ୍ଧ ଜିଲ୍ଲା ବିଦ୍ୟୁତ କର୍ମଚାରୀଙ୍କ ବାର୍ଷିକ ସମ୍ମିଳନୀ

ବୌଦ୍ଧ,୨୧/୪- ବୌଦ୍ଧଜିଲ୍ଲାର ବିଦ୍ୟୁତ କର୍ମଚାରୀଙ୍କ ବାର୍ଷିକ ସମ୍ମିଳନୀ ସ୍ଥାନୀୟ କର୍ମଚାରୀ ଭବନ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜୁଳି କର୍ମଚାରୀ ସଂଘର ସଭାପତି ଭ୍ରମରବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଜୁଳି କର୍ମଚାରୀ ସଂଘର ଚେୟାରମେନ ରାମକୃଷ୍ଣ ପଣ୍ଡା ଯୋଗ ଦେଇ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ବିଜୁଳି କର୍ମଚାରୀ ସଂଘର ଆଞ୍ଚଳିକ ସମ୍ପାଦକ ଦୁର୍ଗାପ୍ରସାଦ ନନ୍ଦ, ଉପଦେଷ୍ଟା ଅବକାଶ ସାହୁ, ବିଜୁଳି କର୍ମଚାରୀ ସଂଘର ସମ୍ପାଦକ ପ୍ରତାପ କୁମାର ପ୍ରଧାନ, ସହ ସମ୍ପାଦକ ସୁନୀଲ କୁମାର ପ୍ରଧାନ, ସଂଗଠନର ସମ୍ପାଦକ ଗୁପ୍ତେଶ୍ୱର ପ୍ରଧାନ, କୋଷାଧ୍ୟକ୍ଷ ଶୀତାଂଶୁ ଶେଖର ବେହେରା, ସଦସ୍ୟ ପୁରୁଷୋତ୍ତମ ଭଞ୍ଜ, ତାପସ କୁମାର ବଡମାଳି, ଆହ୍ଲାଦ ଦାସ, ବ୍ରହ୍ମାନନ୍ଦ ମହାନ୍ତି, ଓମପ୍ରକାଶ ମହାକୁଳ, ବିଭୁତି ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ୪ଟି ବିଦ୍ୟୁତ ସେକ୍ସନ ୩୦୦ଜଣ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଡିଭିଜନ ସମ୍ପାଦକ ପ୍ରତାପ କୁମାର ପ୍ରଧାନ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment