ଖାରବେଳ ସ୍ୱାଇଁଙ୍କ ଦୁଇଦିନିଆ ନିର୍ବାଚନ ପ୍ରଚାରପାଇଁ ବୌଦ୍ଧଜିଲ୍ଲା ଗସ୍ତ

ବୌଦ୍ଧ,୩/୨- ମାନ୍ୟବର ପୂର୍ବତନ ୩ ଥରର ଲୋକସଭା ସଦସ୍ୟ ମହାମେଘବାହାନ ଖାରବେଳ ସ୍ୱାଇଁ ଙ୍କ ବୌଦ୍ଧଜିଲ୍ଲାର ବିଭିନ୍ନ ଜିଲ୍ଲାପରିଷଦ ଜୋନ୍‌ ଗୁଡିକ ଗସ୍ତକରି ନରେନ୍ଦ୍ର ମୋଦିଜୀଙ୍କ ୭ ବର୍ଷର ଶାସନ ସହିତ ଓଡିଶା ସରକାରଙ୍କ ୨୨ ବର୍ଷ ବିଫଳତା ଶାସନ ଉପରେ ସମସ୍ତ ଭୋଟର ମାନଙ୍କ ଘରକୁଘର ଯାଇ ବୁଝାଇଥିଲେ । ଜିଲ୍ଲାପରିଷଦ ଜୋନ ୬ ର ପ୍ରାର୍ଥୀ ଶ୍ରୀମତୀ ସନ୍ତୋଷିଣୀ ମହାକୁଡଙ୍କ ସହିତ ବଢିଗାଁ ଗ୍ରାମର ଭୋଟରମାନଙ୍କ ଘରକୁଘର ଯାଇ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ । ତାପରେ ୫ ନମ୍ବର ଜୋନର ବାଦୀକଟା ଗ୍ରାମକୁ ଯାଇ ପ୍ରାଥୀ ଶ୍ରୀମତୀ ଦୀପିକା ନାଇକଙ୍କ ପାଇଁ ଘରକୁ ଘର ଯାଇ ପ୍ରଚାର କରିଥିଲେ । ତାପରେ ୨ ନମ୍ବର ଜୋନର ପଲଶାଗୁଡା ଗ୍ରାମ ଓ କଣ୍ଟାମାଳ ଗ୍ରାମକୁ ଯାଇ ପ୍ରାର୍ଥୀ ଶ୍ରୀମତୀ ପଦ୍ମାଳୟା ପ୍ରଧାନଙ୍କ ପାଇଁ ଘରକୁ ଘର ଯାଇ ପ୍ରଚାର କରିଥିଲେ । ସମସ୍ତ ପ୍ରଚାର କାର୍ଯ୍ୟକ୍ରମରେ ଜିଲ୍ଲାର ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ନେତା ମାଗୁଣି ଗାଇଗୌରିଆ, କହ୍ନେଇ ଚରଣ ଡାଙ୍ଗ, ତ୍ରିପୁରାରି ବେହେରା, ସୁଶାନ୍ତ ବାଘ, ଅଟଳ ପ୍ରଧାନ, ନବୀନ ହୋତା, ଯୀଶୁ ପ୍ରଧାନ, ଅନିଲ କୁମାର ପ୍ରଧାନ, ବିଶିକେଶନ ପ୍ରଧାନ, ରବି ଦେଓ, ବୈକୁଣ୍ଠନାଥ ପ୍ରଧାନ ଓ ବହୁ ଦଳୀୟ ନେତା ଭାଗ ନେଇଥିଲେ ।

Comments (0)
Add Comment