ବୌଦ୍ଧ ଜିଲ୍ଲାରେ ବୁଲିଲା କୋଭିଡ ସଚେତନତା ରଥ, ଶୁଭାରମ୍ଭ କଲେ ଜିଲ୍ଲାପାଳ

ବୌଦ୍ଧ,୪/୨: – ଆଜି ଦିନ ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୧୦ ଦିନ ଧରି ବୌଦ୍ଧ ଜ଼ିଲ୍ଲାବ୍ୟାପି କୋଭିଡ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଜିଲ୍ଲାର କୋଣ ଅନୁକୋଣରେ କୋଭିଡ ସଚେତନତା ନେଇ ବୁଲିବା ସହିତ ଲୋକଙ୍କୁ ସଚେତନତା ଗୀତ ମାଧ୍ୟମରେ କରିବ । ଏହି ସଚେତନତା ରଥ ଶୁଭାରମ୍ଭ ପରେ ପ୍ରଥମ ଦିନର ଜିଲ୍ଲାର କଣ୍ଟାମାଳ ବ୍ଲ ର ମନମୁଣ୍ଡା ଏବଂ ପଲସାଗୋରା ଗ୍ରାମ ପଂଚାୟତ ଅଞ୍ଚଳରେ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବ । ଏହି ସଚେତନତା କାର୍ଯ୍ୟକ୍ରମ ମୁଖ୍ୟତଃ କୋଭିଡ ସମ୍ବନ୍ଧୀୟ, ଭେକ୍ସିଂନେସନ,ବୁଷ୍ଟର ଡୋଜ, ୧୫ରୁ୧୮ ବର୍ଷ ବୟସର କିଶୋର ଓ କିଶୋରୀ ମାନଙ୍କ ପାଇଁ ଟୀକାକରଣ ଏବଂ ଶିଶୁ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବ । ଯେଉଁ ସ୍ଥାନରେ କୋଭିଡ ଟୀକାକରଣ ହାର କମ୍‌ ରହିଛି ଉକ୍ତ ରଥ ସେହି ସ୍ଥାନରେ ଅଧିକ ସଚେତନତା ସୃଷ୍ଟି କରିବ । ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ,ଡିପିଏଚଓ ପ୍ରଦୋଷ ପଟ୍ଟନାୟକ, ଡିପିଏମ ରୂପକ ମହାପାତ୍ର, ଆକ୍ସନଏଡ଼ର ଜିଲ୍ଲା ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ, ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା, ଡିପିସି ମିଶନଶକ୍ତି ଦେବବ୍ରତ ମିଶ୍ର, ଡିପିସି (ମମତା) ଆଶିଷ ମହାନ୍ତି, ମୁଖ୍ୟ ସହାୟକ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ଅଙ୍ଗନୱାଡି ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଏବଂ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment