ବୌଦ୍ଧ,୨୮/୩- ବୌଦ୍ଧ ବ୍ଲକ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ, ଜନଶୁଣାଣୀ କମିଟିର ସଦସ୍ୟବୃନ୍ଦ, ଏମଜିଏନଆରଇଜିଏ ସଂଯୋଜକ ସତ୍ୟଜିତ ସେନାପତି, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର, ବ୍ଲକ ସାମାଜିକ ସମୀକ୍ଷକ, ଗ୍ରାମ୍ୟ ସମ୍ବଳ କର୍ମୀ, ପିଇଓ, ବିଆରଏସ ମେଟ୍ ଓ ୨୩ ଗ୍ରାମ ପଞ୍ଚାୟତର ହିତାଧିକାରୀ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଏବଂ ଖାଦ୍ୟ ସୁରକ୍ଷା ଆଇନରେ ସାମାଜିକ ସମୀକ୍ଷାରେ ଦୃଷ୍ଟି ଗୋଚର ହୋଇଥିବା ଅଭିଯୋଗ ଉପସ୍ଥାପନା କରାଯାଇଥିଲା । ଏଥିନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦିଷ୍ଟ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଜନସାଧାରଣ ମାନଙ୍କ ଅଭିଯୋଗର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସଭାପତି କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ୭ଦିନ ମଧ୍ୟରେ ସଂପାଦନା କରିବାପାଇଁ ଆଦେଶ ଦେଇଥିଲେ । ଶେଷରେ ଏପିଓ ସଞ୍ଜିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।