ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୪/୩:- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବୌଦ୍ଧ ଶିକ୍ଷାଜିଲ୍ଲା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ କନିଷ୍ଠ ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଗୋଷ୍ଠୀଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବୀରନରସିଂହପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରୋଦ ମେହେର ଯୋଗ ଦେଇଥିବା ବେଳେ ଜିଲ୍ଲା କନିଷ୍ଠ ରେଡ଼କ୍ରସ ଅଧିକାରୀ ନବକିଶୋର ଦୀପ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ‘ସେବା’ଶବ୍ଦକୁ ଓଲଟାଇ ଦେଲେ, ବାସେ ହୋଇଥାଏ, ଅର୍ଥାତ ନିଃସ୍ୱାର୍ଥ ଭାବନା ନେଇ ଅନ୍ୟକୁ ସାହାଯ୍ୟ କଲେ ନିଶ୍ଚିତ ଭାବରେ ମାନବିକତା ସହିତ ସମାଜର ମଙ୍ଗଳ ସାଧିତ ହୁଏ । ପ୍ରତ୍ୟେକ କାର୍ଯ୍ୟ ସମାଜରେ ଆନନ୍ଦ ସୃଷ୍ଟି କରିବା ସହିତ ପ୍ରଗତିରେ ସହାୟକ ହୁଏ ।

ସେବା ହିଁ ପରମ ଧର୍ମ, ପ୍ରକୃତିର ପାଣି, ପବନ ବୃକ୍ଷ ଆଦି ସମସ୍ତଙ୍କର ନିଃସ୍ୱାର୍ଥ ସେବା ଅତୁଳନୀୟ, ଆମ୍ଭମାନଙ୍କ ଚିନ୍ତନ ଓ କାର୍ଯ୍ୟ ଅନ୍ୟର ସାହାଯ୍ୟ ହେବା ଆବଶ୍ୟକ ବୋଲି ଅତିଥିଦ୍ୱୟ ବକ୍ତବ୍ୟ ଦେଇଥିଲେ । ଏହି ପ୍ରଶିକ୍ଷଣ ଆଜି ଠାରୁ ୧୬ତାରିଖ ଯାଏ ଚାଲୁରହିବବୋଲି ସୂଚନା ଦେଇଥିଲେ । ପ୍ରଶିକ୍ଷକ ଭାବରେ ମୁଣ୍ଡିପଦର ହାଇସ୍କୁଲର ଶିକ୍ଷକ ଧୀରେନ କୁମାର ପ୍ରଧାନ ଓ ବୁରଗୋରା ହାଇସ୍କୁଲର ଖେଳ ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଆଜି ପ୍ରଥମ ଦିନରେ ରେଡ଼କ୍ରସର ଇତିହାସ, ଲକ୍ଷ୍ୟ ଉଦ୍ଦେଶ୍ୟ, ରକ୍ତଦାନ, ରୋଗ ଓ ପ୍ରତିକାର, କୋଭିଡ ସଚେତନତା ଆଦି ବିଷୟରେ ଆଲୋଚନା କରିଥିଲେ । ଗ୍ରୁପ ଲିଡର ଶାନ୍ତନୁ କୁମାର ସେଠୀ, ବନମାଳୀ ମେହେରଙ୍କ ସହିତ ନରେନ୍ଦ୍ର କୁମାର ଦାସ, ଅନ୍ତର୍ଯ୍ୟାମୀ ନାଏକ, କୃଷ୍ଣଚନ୍ଦ୍ର କହଁର, ସ୍ୱାଗତିକା ପ୍ରଧାନ, ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ୨୮ଜଣ କନିଷ୍ଠ ରେଡକ୍ରସ କାଉନସିଲର ପ୍ରଶିକ୍ଷଣରେ ଯୋଗଦାନ କରିଥିଲେ ।

Comments (0)
Add Comment