ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତିି ପ୍ରଦାନ

ବୌଦ୍ଧ,୨୬/୮- ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନୋଡ଼ାଲ ସରକାରୀ ଉଚ୍ଚ଼ ବିଦ୍ୟାଳୟ ସଭାଗୃହ ଠାରେ “ସ୍ୱର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତି’ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ଅତିଥିଙ୍କ ସହ ଛାତ୍ରଛାତ୍ରୀ ମାନେ ଏକ ମିନିଟ ଶୋକସଭା ସ୍ୱର୍ଗତ ରଞ୍ଜିତା ମହାନ୍ତିଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ର ।ର୍ଥନା କରାଯାଇଥିଲା । ବିଦ୍ୟାଳୟର ପୁରାତନ ଛାତ୍ର ତଥା ଏହି ଛାତ୍ରବୃତ୍ତି ଯୋଜନା ର ସଂଯୋଜକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି ଅତିଥିଭାବେ ଯୋଗଦେଇ ଛାତ୍ରୀ ବୃତ୍ତି ତାଙ୍କ ସ୍ୱର୍ଗତ ପତ୍ନୀଙ୍କ ସ୍ମୃତି ପାଇଁ ଆରମ୍ଭ କରିଥିବା କହିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଭଲ ପାଠ ପଢିବା ସହିତ ଏ ଅଞ୍ଚଳର ବିକାଶ ପାଇଁ ସମସ୍ତେ ଭବିଷ୍ୟତରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ସମୀର କୁମାର ଜେନାଙ୍କ ସଭାପତତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ସବ ସାହୁ ଯୋଗ ଦେଇ ଏହି ଛାତ୍ର ବୃତ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ସତ୍ୟାନନ୍ଦ ଜେନା, ଅବସରପ୍ରାପ୍ତ ବିଡିଓ ଯାଦବ କର୍ଣ୍ଣ, ସିଆରସିସି ସନ୍ତୋଷ ଶତପଥୀ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।୨୦୨୦-.୨୧ ,୨୨ ବର୍ଷ ର ହାଇସ୍କୁଲ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରୀ କୁମାରୀ ଲିଜ । ଗେଜ ସର୍ବୋଚ୍ଚ଼ ନମ୍ୱର୍‌ ସହିତ ଉତ୍ତୀର୍ଣ୍ଣ ହୋଇଥିବାରୁ ୧୦ ହଜାର ଏକ ଟଙ୍କା ର ଚେକ୍‌ ସହିତ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିବର୍ଷ ଏପରି ଛାତ୍ରୀ ବୃତ୍ତି ପ୍ରଦାନ କରାଯିବା ବିଷୟରେ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ଜୟଦେବ ପ୍ରଧାନ, ଶିକ୍ଷକ ତରୁଣ କୁମାର ସାହୁ , ରଞ୍ଜିତ ସାମନ୍ତରାୟ, ବିଶେଶ୍ୱର ପୁରୋହିତ, ଶିକ୍ଷୟତ୍ରୀ ରଶ୍ମିତା ମହାରଣା, ସସ୍ମିତା ନନ୍ଦ, ଦିପ୍ତିମୟୀ ପ୍ରଧାନ, ଚନ୍ଦ୍ରକାନ୍ତି ପ୍ରଧାନଙ୍କ ସହିତ ବିଦ୍ୟାଳୟ କମିଟିର ସଦସ୍ୟ ସଦସ୍ୟାଙ୍କ ସହିତ ବହୁ ଅଭିଭାବକଙ୍କ ସହିତ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ୍‌ କରିଥିଲେ ।

Comments (0)
Add Comment