ଆସନ୍ତା ୧ ତାରିଖ ଓଡିଶା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ

ବୌଦ୍ଧ,୨୯/୩ – କୋଭିଡ-୧୯ରେ ଗ୍ରସିତ ହୋଇଥିବା ବୌଦ୍ଧ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ଥିବା ବିଦ୍ୟାଳୟମାନଙ୍କରେ ଗତ ଦୁଇବର୍ଷ ହେଲାଣି ପରୀକ୍ଷା ବାତିଲ କରାଯାଇଥିଲା । ବର୍ତ୍ତମାନ ଅଭିଭାବକ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କ ମନରେ ପରୀକ୍ଷା ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜୀବନର ପ୍ରତ୍ୟେକ ସୋପାନରେ ପରୀକ୍ଷାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦୀପନା ଖେଳିଯାଇଛି । ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଆସନ୍ତା ଏପ୍ରିଲ ୧ ତାରିଖରେ ‘ପରୀକ୍ଷା ଉପରେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବହୁଳ ପରିମାଣରେ ଭାଗନେଇ ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇବା ନିମନ୍ତେ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ।

Comments (0)
Add Comment