ଜହ୍ନାପଙ୍କ ଓ ମଧୁପୁର ଛକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,୨୫/୭ – ଗତକାଲି ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ମଧୁପୁର ଛକ ଓ ଜହ୍ନାପଙ୍କ ଅଂଚଳରୁ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ମଧୁପୁର ଛକ ଓ ତତସଂଲଗ୍ନ ୫୦୦ ମିଟର୍ ଅଞ୍ଚଳ ଏବଂ ଜହ୍ନାପଙ୍କ ବଜାର, ବସଷ୍ଟାଣ୍ଡ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ତା ଠାରୁ ୫୦୦ ମିଟର ୍ ପରିଧି ଅଞ୍ଚଳକୁ ସରକାରଙ୍କ ପ୍ରଦତ୍ତ ଜିଲ୍ଲାପାଳ କ୍ଷମତା ବଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ଜଣାପଡିଛି । ଏହା ସହିତ ଖୁଣ୍ଟବନ୍ଧ ସାପ୍ତାହିକ ଗୁରୁବାର ହାଟକୁ ମଧ୍ୟ ବନ୍ଦ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ଅଂଚଳର ଲୋକଙ୍କୁ ଘର ମଧ୍ୟରୁ ନ ବାହାରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । କଣ୍ଟେନମେଣ୍ଟ ଆଜି ସକାଳ ୬ ଘଣ୍ଟା ଠାରୁ ଆସନ୍ତା ୩୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।

Comments (0)
Add Comment