ସହକାରୀ ଯନ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାର ତିନି ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

ବୌଦ୍ଧ,୧୭/୩: ବୁଧବାର କଂଟାମାଳ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସ୍ମୃତି ରଂଜନ ସେଠୀଙ୍କୁ ବରଗୋଛା ଗ୍ରାମର ଶାନ୍ତନୁ ଥାଟୀ ଓ ତାର କେତେକ ସହଯୋଗୀ ମରଣାତ୍ମକ ଆକ୍ରମଣ କରିବା ଘଟଣାକୁ ନେଇ ଗୁରୁବାର ଜିଲ୍ଲାର ତିନି ବ୍ଲକର କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରି ନିଜ ନିଜର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ଇତି ମଧ୍ୟରେ କଂଟାମାଳ ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ସୌମ୍ୟ ରଂଜନ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନଙ୍କୁ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାଯାଏ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଧାରଣାରତ କର୍ମଚାରୀ ମାନେ ଦାବି ରଖିଛନ୍ତି ।

ଏଠାରେ ସୁଚନାଯୋଗ୍ୟଯେ ଶ୍ରୀସେଠୀ କାହିଁକି ବିଜୟୀ ସରପଞ୍ଚଙ୍କ କାର୍ଯ୍ୟବିଲ କଲେ ତାକୁନେଇ ତାଙ୍କୁ ଅଭିଯୁକ୍ତ ଭୁଜାଲିରେ ଆକ୍ରମଣ କରିଥିଲା ବୋଲି ଆହତ ସହକାରୀ ଯନ୍ତ୍ରୀ ଶ୍ରୀ ସେଠୀ ଏଠାରେ ପ୍ରକାଶ କରିଛନ୍ତି । ଖବରପାଇ ଡିଏସପି ତପସ୍ୱିନୀ କହଁର ଧାରଣାରତ କର୍ମଚାରୀଙ୍କ ନିକଟରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ କର୍ମଚାରୀମାନେ ଆନ୍ଦୋଳନ ଚାଲୁ ରଖିଥିଲେ ।

Comments (0)
Add Comment