ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍‌ ଡେଲିଭରି ଓ ଠେଲାରେ ବିକ୍ରୀ ପାଇଁ ଅନୁମତି ଦେଲା ପ୍ରଶାସନ

ବୌଦ୍ଧ,୧/୮ – ଆଜିଠାରୁ ଆସନ୍ତା ୯ ତାରିଖ ଯାଏଁ ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ସଟ୍‌ ଡାଉନ୍‌ ଘୋଷଣା କରିଛି । ଉକ୍ତ ସମୟ ମଧ୍ୟରେ ସାଧାରଣ ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସାୟୀ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ପ୍ରଶାସନ । ଆଜିଠାରୁ ଆସନ୍ତା ୬ ତାରିଖ ଯାଏଁ ଫଳ, ପରିବା ଏବଂ କ୍ଷୀର ଠେଲା /ପିକ୍‌ ଅପ୍‌ ଭେନ /ସାଇକେଲ ଦ୍ୱାରା ସକାଳ ୭ ଘଣ୍ଟା ଠାରୁ ଅପରାହ୍ନ ୨ ଘଣ୍ଟା ଯାଏଁ ବୁଲେଇ ବିକ୍ରୀ କରିବାକୁ ଅନୁମତି ଦିଆଯାଇଛି ।

ସେହିପରି ଆଜିଠାରୁ ଆସନ୍ତା ୯ ତାରିଖ ଯାଏଁ ନିର୍ଦ୍ଧାରିତ ସମୟ ମଧ୍ୟରେ ତେଜରାତି ସାମଗ୍ରୀ, ଅଣ୍ଡା, ମାଛ, ମାଂସ, ଫଳ, କ୍ଷୀର ଓ ପନିପରିବା ସାମଗ୍ରୀର ବ୍ୟବସାୟୀମାନେ ହୋମ୍‌ ଡେଲିଭରି କରିପାରିବେ ବୋଲି ଜଣାପଡିଛି । ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତାକୁ ମାନିବେ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟ ବୋଲି ପ୍ରଶାସନ ସୂଚୀତ କରିଛି ।

Comments (0)
Add Comment