ବୌଦ୍ଧ,୨୪/୫– ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ ଚାରିଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଗତ ୨୨ ତାରିଖରେ ଗୋଟିଏ ଦିନରେ ଗ୍ରାମରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୨୩ ତାରିଖ ମଧ୍ୟ ରାତ୍ରୀ ଠାରୁ ୨୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଗ୍ରାମରେ ଥିବା ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ଡାକଘର, ସେବା ସମବାୟ ସମିତି ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କେବଳ ରାସନ୍ ଦୋକାନ ସକାଳ ୬ ଘଣ୍ଟା ସମୟରୁ ୧୦ ଘଣ୍ଟା ସମୟ ଖୋଲିବାକୁ ଅନୁମତି ଦିଆଯାଇଥିବା ଜଣାପଡିଛି ।