ବୌଦ୍ଧ,୧୪/୧୨- ଗତକାଲିଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ବିଜେପି ନଗର ମଣ୍ଡଳର ୨ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୨ ଦିନିଆ ତାଲିମ ଶିବିର ଉଦଯାପନୀ ଦିବସରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସମସ୍ତ ମଣ୍ଡଳ କର୍ମକର୍ତ୍ତାମା ଙ୍କୁ ମୋ ବୁଥ ମଜଭୂତ କରିବା ପାଇଁ ସମସ୍ତ ୨୫ ଜଣ ବୁଥ ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ଆଜିର ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରୀ ହିମାଂଶୁ ଶେଖର ଚାଉଳିଆ ଓ ଅତିଥି ଭାବେ ଶ୍ରୀ ତ୍ରିପୁରାରି ବେହେରା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୋଗଦାନ କରି ଦଳର ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର ଶେଷଦିନରେ ଯୋଗଦେଇ କୃଷକଙ୍କ ବହୁ ବିଧ ଉନ୍ନତି ପାଇଁ ମୋଦି ସରକାରଙ୍କ ବଳିଷ୍ଠ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ନେତା ମାଗୁଣି ଗାଇଗୌରିଆ, ମନୋରଞ୍ଜନ ଦାସ, ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ଅରୁଣ ସେଠି, ଶ୍ରୀମତୀ ନମିତା ଦାସ, ପ୍ରେମାନନ୍ଦ ମିଶ୍ର, ଆଶିଷ ମହାପାତ୍ର, ରାଜ କୁମାର ମେହେର, ଶ୍ରୀମତୀ ମିନକ୍ଷୀରାଣୀ ମିଶ୍ର, ଶ୍ରୀମତୀ ବବିତା ପ୍ରଧାନ, ଶ୍ରୀମତୀ ରଶ୍ମିତା ହୋତା, ଦିଲ୍ଲୀପ କୁମାର ଶତପଥୀ, ଦେବବ୍ରତ ପୁରୋହିତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।