ବୌଦ୍ଧ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୨୫/୨:- ବୌଦ୍ଧ ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକରୀ ଦେବରାଜ ପ୍ରଧାନ,ଶିକ୍ଷକ ପ୍ରଶିକ୍ଷିକା ସସ୍ମିତା ପ୍ରଧାନ, ବୌଦ୍ଧ ସି ଡି ପି ଓ ମିନତୀ ଦେଓ, ପ୍ରୋଗ୍ରାମ ଅଫିସର ଡିଏସଡବ୍ଲୁଓ ଶର୍ମିଷ୍ଠା ହୋତା ଓ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜିକା ପ୍ରବିଜ୍ଞା ଦାଶ ମଞ୍ଚାସୀନ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ +୨ କଲେଜ ମାନଙ୍କର ଜମିପଟ୍ଟା ନିଜ ନାମରେ କରିବା, ସମସ୍ତ ଛାତ୍ରଛାତ୍ରୀ କୋଭିଡ ଟୀକା ନେବା ଉପରେ ଆଲୋଚନା କରି ଉକ୍ତକାର୍ଯ୍ୟକୁ ନିଶ୍ଚିତ କରିବାକୁ ଅଧ୍ୟକ୍ଷ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ । ଆସନ୍ତା ଫେବୃଆରୀ ୨୮ତାରିଖରେ ବିଦ୍ୟାଳୟ ଖୋଲିବ, ତା ପୂର୍ବରୁ ସମସ୍ତ ପ୍ରଧାନ ଶିକ୍ଷକ ଓ ଏସଏମସି ସଭାପତି ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନତା ସାର୍ଟିଫିକେଟ ଦେବେ ତେଣୁ ଫେବୃଆରୀ ୨୬ତାରିଖରେ ସମସ୍ତ ସ୍କୁଲରେ ଅଭିଭାବକ ବୈଠକ କରାଯିବ, ପ୍ରଥମ ଦିନ ପିଲାଙ୍କୁ ଆନନ୍ଦମୟ ପରିବେଶରେ ସ୍ୱାଗତ କରିବା ସହିତ ଛଅ ଦିନ ପିଲାଙ୍କୁ ନାଚ, ଗପ, ଗୀତ, ଖେଳ, ଚିତ୍ର ତଥା ପିଲାଙ୍କର ଅନୁଭୂତି କଥନ କରାଇ ବିଦ୍ୟାଳୟ ଆସିବାକୁ ଆଗ୍ରହ ସୃଷ୍ଟି କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ । ସାଥ -ଇ ତରଫରୁ ଏଫ ଏଲ ଏନ ଉପରେ ଆଲୋଚନା କରି ବିଦ୍ୟାଳୟ ଖୋଲିବା ଛଅ ଦିନ ଆନନ୍ଦମୟ ଶିକ୍ଷଣ ପରେ ତିନିଦିନ ବେଶଲାଇନ ଆସେସମେଣ୍ଟ କରାଯିବ, ତଦନୁସାରେ ପରବର୍ତ୍ତୀ ଶିକ୍ଷଣ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଥିଲା ।

ବାଲ୍ୟବିବାହ ନିଷେଧ ଜିଲ୍ଲା ସଂଯୋଜିକା ପ୍ରବିଜ୍ଞା ଦାଶ ଛାତ୍ର ଛାତ୍ରୀ ମାନଙ୍କର ନିୟମିତ ଉପସ୍ଥାନ ନିଶ୍ଚିତ କରିବା, ଯଦି କୌଣସି ପିଲା ଆସୁନାହିଁ କାହିଁକି ଆସୁନାହିଁ ଖବର ନେବା ଓ ଆଶୀର୍ବାଦ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ବୌଦ୍ଧ ଓ କଣ୍ଟାମାଳ ବ୍ଲକ ଶତ ପ୍ରତିଶତ ବିଦ୍ୟାଳୟ ପ୍ରୋପଜାଲ ଦେଇଛନ୍ତି ଏବଂ ହରଭଙ୍ଗା ବ୍ଲକ ଆଉ ଛଅଟି ପ୍ରପୋଜାଲ ଦାଖଲ କଲେ ଜିଲ୍ଲାର ଶତ ପ୍ରତିଶତ ହେବା ସହିତ ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଶତ ପ୍ରତିଶତ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଅନ୍ତର୍ଭୁକ୍ତ ହେବ ବୋଲି କହିବା ସହିତ ସ୍ୱଚ୍ଛବିଦ୍ୟାଳୟ ପୁରସ୍କାର ୬୨୧ଟି ବିଦ୍ୟାଳୟ ନାମ ପଞ୍ଜିକରଣ କରିଛନ୍ତି ବୋଲି ସୂଚନା ଦେଇଥିଲେ । ସ୍କୁଲ ମନିଟରିଙ୍ଗ ରିପୋର୍ଟ ଉପସ୍ଥାପନ କରିଥିଲେ । ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନା ଭିନ୍ନକ୍ଷମ ପିଲାଙ୍କର ମାଟ୍ରିକ ପରୀକ୍ଷା ଥିବା ସୁବିଧା ଓ ଏସ ଡି ଏମ ଆଇ ଏସ ରେ ନାମ ପଞ୍ଜିକରଣ ସୂଚନା ଦେଇଥିଲେ । ପେଡାଗୋଜି କୋଡିନେଟର ଶିବ ଶଙ୍କର ଶତପଥୀ ସାଥ -ଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମେହେର ଠିକ ସମୟରେ ରିପୋର୍ଟ ଗୁଡିକୁ ଦେବାକୁ ସି ଆର ସି ସି ମାନଙ୍କୁ ସୂଚନା ଦେଇଥିଲେ । ହରଭଙ୍ଗା ବି ଇ ଓ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ସମସ୍ତ +୨କଲେଜ ଅଧ୍ୟକ୍ଷ, ସି ଆର ସି ସି, ସମଗ୍ରଶିକ୍ଷାର ସମସ୍ତ ବିଭାଗର ସଂଯୋଜକମାନେ ଉପସ୍ଥିତ ଥିଲେ ।

Comments (0)
Add Comment