ଇଂ.ସଞ୍ଜୟ ପଣ୍ଡା ପ୍ରକୃତି ବନ୍ଧୁ ପୁରସ୍କାରରେ ହେଲେ ସମ୍ମାନୀତ

ବୌଦ୍ଧ,୪/୧୨ – ବରିଷ୍ଠ ସାହିତ୍ୟିକ ତଥା ନୀଳଚକ୍ର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ସଞ୍ଜୟ କୁମାର ପଣ୍ଡା ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସ୍ୱାକ୍ଷରରେ ଆସିଥିବା ପ୍ରଶଂସାପତ୍ର ସହ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶିକୁ ଜିଲ୍ଲାପାଳ ପ୍ରଦାନ କରିଛନ୍ତି । ପ୍ରଶଂସା ପତ୍ର ପ୍ରଦାନବେଳେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଓ ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଉପସ୍ଥିତ ଥିଲେ । ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଶ୍ରୀ ପଣ୍ଡାଙ୍କ ଯୋଗଦାନକୁ ସ୍ୱୀକୃତି ଦେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିବା ଜଣାପଡିଛି । ଶ୍ରୀ ପଣ୍ଡା ଓଡିଶା ସାହିତ୍ୟ ଏକାଡେମୀକୁ ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

Comments (0)
Add Comment