ବୌଦ୍ଧ,୧୫/୭: ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ୭ ଗୋଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ କ୍ରମେ ଅନୁମୋଦନ କରାଯାଇଥିଲା । ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଶକ୍ତ ମଣ୍ଡଳ ନଗର ଓ ପଞ୍ଚାୟତ ଆଗାମୀ ନିର୍ବାଚନ ପାଇଁ ରୋଡ ମ୍ୟାପ ତିଆରି ହୋଇଛି । ଆଜିର ଦୃଶ୍ୟ ଶ୍ରାବ୍ୟ ମିଟିଙ୍ଗରେ ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର, ସହ ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ, ମାଗୁଣି ଚରଣ ଗାଇଗୌରିଆ, ସୂର୍ଯ୍ୟ ନାରାୟଣ ମହାପାତ୍ର, ସୌମିତ୍ରୀ ନାଏକ, ସଂଯୁକ୍ତା ନାଏକ, ମନରଞ୍ଜନ ଦାଶ, ନାରୀନେତ୍ରୀ ନମିତା ରାଣୀ ଦାଶ, ମିନାରାଣୀ ମିଶ୍ର , ସ୍ୱର୍ଣ୍ଣମୟୀ ପ୍ରଧାନ, ଶ୍ୟାମସୁନ୍ଦର ପୁରୋହିତ, ପୂର୍ଣ୍ଣଚନ୍ଦ୍ର ଗାଈଗୋରିଆ, ଯୁବନେତା ରାକେଶ ତ୍ରିପାଠୀ, ପ୍ରେମାନନ୍ଦ ମିଶ୍ର , ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ସତ୍ୟାନନ୍ଦ ପାଣ୍ଡେ, ତାପସ ପଟ୍ଟନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ ସମସ୍ତ ମଣ୍ଡଳ ସଭାପତି ପ୍ରମୁଖ ବହୁ ସଂଖ୍ୟାରେ ଦଳୀୟ ନେତା ନେତ୍ରୀ ଯୋଗଦାନ କରି ମତାମତ ଦେଇଥିଲେ ।