ଏକ୍ସନ ଏଡ୍‌ ଭୁବନେଶ୍ୱର ତରଫରୁ ୪ଟି ଅକ୍ସିଜେନ କନସେନଟ୍ରେଟର ବୌଦ୍ଧ ପ୍ରଶାସନକୁ ପ୍ରଦାନ

ବୌଦ୍ଧ,୧୬/୭- କୋଭିଡ-୧୯ର ଜରୁରୀକାଳୀନ ଉପକରଣ ହିସାବରେ ଚାରୋଟି ଅକ୍ସିଜେନ କନସେନଟ୍ରେଟର, ଏକ୍ସନ ଏଡ୍‌ ଭୁବନେଶ୍ୱର ତରଫରୁ ଜିଲ୍ଲା ପ୍ରଶାସନକୁ ଆଜି ହସ୍ତାନ୍ତର କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ରହି ଏକ୍ସନ ଏଡ୍‌ର ପ୍ରୋଗ୍ରାମ ମେନେଜର ଘାସିରାମ ପଣ୍ଡାଙ୍କ ଠାରୁ ଏହା ଗ୍ରହଣକରି ସଙ୍ଗେସଙ୍ଗେ ସିଡିଏମଓଙ୍କୁ ଜିଲ୍ଲା ହସପିଟାଲ ପାଇଁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଆକସନ ଏଡର ଡିସି ଶ୍ରୀମତୀ ପ୍ରବୀଜ୍ଞା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment