ବୌଦ୍ଧ,୮/୮:– ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ବୈଠକ ମୋ ମାଟି ମୋ ଦେଶ ସମ୍ବନ୍ଧିତ କାର୍ଯ୍ୟକ୍ରମ ବୌଦ୍ଧ ଟାଉନହଲ୍ ଠାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିରୋଧୀ ଦଳର ନେତା ସଚ୍ଚିଦାନନ୍ଦ ଦଲାଲ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ବିଜେପିନେତା ସୁଶାନ୍ତ ପ୍ରଧାନ, ୪ନଂ ଜିଲ୍ଲା ପରିଷଦ ସଭ୍ୟ ଇଂ. ରାକେଶ ତ୍ରିପାଠୀ ମଞ୍ଚାସୀନ ଥିଲେ । ଆଗାମୀ ଦିନରେ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଅମୃତକାଳ ଅବସରରେ ନିଜର ମାଟି ନିଜର ଦେଶ ପାଇଁ କିଛି କାର୍ଯ୍ୟ କରି ଦେଶ ମାତୃକାର ନାମ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହାସହିତ ସହିଦ ବୀର ଯବାନଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଗ୍ରାମରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଇବା ପାଇଁ ପ୍ରସ୍ତୁତି ହୋଇଥିଲା । ଏହା ସହ ପ୍ରଧାନମନ୍ତ୍ରୀଙ୍କ ୯ ବର୍ଷ ପୂର୍ତ୍ତିଶାସନ ଅବସରରେ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଜିଲ୍ଲାର ୬୯ ଗୋଟି ପଞ୍ଚାୟତ ମାନଙ୍କରେ ଅନ୍ୟୁନ ୭୫ ଗୋଟି ଗଛ ପ୍ରତି ପଞ୍ଚାୟତରେ ଲଗାଇବା, ତ୍ରିରଙ୍ଗା ପତାକା ବିଗତବର୍ଷ ପରି ଏବର୍ଷ ମଧ୍ୟ ପ୍ରତି ଘରେ ଘରେ ଲଗାଇବା ଓ ତ୍ରିରଙ୍ଗା ପତାକା ଧରି ସବୁ ବର୍ଗର ଲୋକଙ୍କୁ ଯୋଡ଼ି ଯାତ୍ରା ଅନୁଷ୍ଠିତ କରାଇବା, ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ତରାଧିକାରୀ ମାନଙ୍କୁ ସମ୍ମାନିତ କରିବା ଓ ତତ୍ସହିତ ଅଗଷ୍ଟ ମାସରେ ପ୍ରତି ଗ୍ରାମ ପଞ୍ଚାୟତ ଆଗରେ ଆନ୍ଦୋଳନ କରିବା ସହିତ ବିଜେଡି ସରକାରର ସମସ୍ତ ଦୁର୍ନୀତି, ଭ୍ରଷ୍ଟାଚାରର ପର୍ଦ୍ଦାଫାଶ କରିବା, ପ୍ରଧାନମନ୍ତ୍ରୀ ଯୋଜନାର ଘର ଦେବାରେ ବିଫଳ ଓ ଦୁର୍ନୀତି, ସ୍ୱଚ୍ଛ ଭାରତ ଅଭିଯାନ, ମନରେଗା, ଏସ.ଏଫ୍ .ସି., ଚିଟ୍ ଫଣ୍ଡ, ୫ ଟି ,ମଧ୍ୟାହ୍ନ ଭୋଜନ, ନିମ୍ନ ମାନର ଛତୁଆ ଯୋଗାଣ ଆଦି ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ଦୁର୍ନୀତି ଅଭିଯୋଗ ସବୁକୁ ନେଇ ତଦନ୍ତ ଦାବି କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ୯ ବର୍ଷ ସୁଶାସନର ସମସ୍ତ ଯୋଜନା ଗୁଡ଼ିକ ଉପରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ନିବେଦନ କରି ଅଭିଭାଷଣ ଦେଇଥିଲେ ।
ଏଥିରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ସମସ୍ତ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଆଜିର ବୈଠକରେ ଶ୍ୟାମ ସୁନ୍ଦର ପୁରୋହିତ , ଯୁଗଳ କିଶୋର ସାମଲ, ସୁଶାନ୍ତ ବାଘ , ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ , ଶିଶିର କୁମାର ଘୋଷ ,ମନ ରଞ୍ଜନ ଦାସ, ନମିତା ରାଣୀ ଦାସ , ରଶ୍ମିତା ହୋତା ,ରବୀନ୍ଦ୍ର ଦେଓ , ଅଟଳ ପ୍ରଧାନ, ମାଗୁଣି ଗାଈ ଗୌରିଆ, ତପନ ଡ ।ଙ୍ଗ, ବାମନ ବାରିକ , ନିରଞ୍ଜନ କର୍ଣ୍ଣ , ଅନିଲ କୁମାର ପ୍ରଧାନ, ବୈକୁଣ୍ଠ ପ୍ରଧାନ, ନବୀନ ହୋତା , ପିନାକ ରଣା, ଯୀଶୁ ପ୍ରଧାନ , ଶମ୍ଭୁ ପ୍ରଧାନ, ବିଶିକେଶନ ପ୍ରଧାନ , ବିନୋଦ ମହାକୁଡ, ସୁବାସ ପ୍ରଧାନ, ସୁରେଶ ମହାକୁଡ ପ୍ରମୁଖ ଦଳୀୟ ପଦାଧିକାରୀ ବୃନ୍ଦ ଯୋଗ ଦେଇଥିଲେ ।