ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୧/୫- ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦର ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟଙ୍କ ବିୟୋଗରେ ‘ହୀରାଞ୍ଚଳ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ହୀରାଞ୍ଚଳର ସମ୍ପାଦକ ଯୁଗଳ କିଶୋର ସାମଲ ନିଜ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ ଓଡିଆ ସାମ୍ବାଦିକତା ଜଗତକୁ ଦେବେନ୍ଦ୍ର ସାମନ୍ତରାୟଙ୍କ ଯଥେଷ୍ଟ ଅବଦାନ ଥିଲା । ସେ ଜଣେ ଅତ୍ୟନ୍ତ ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ ଓ ସାମ୍ବାଦିକତା ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ଥିଲା । ହୀରାଞ୍ଚଳ ପ୍ରକାଶ ପାଇବାରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଛି । ତାଙ୍କରି ଏପରି ଆକସ୍ମିକ ବିୟୋଗରେ ଶ୍ରୀ ସାମଲ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ପରିବାରକୁ ଈଶ୍ୱର ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

Comments (0)
Add Comment