ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ

ବୌଦ୍ଧ/ଜହ୍ନ ।ପଙ୍କ,୧୧/୨: ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବୌଦ୍ଧ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନେକ ପୁଲିସ ଅଧିକାରୀ ତଥା ବଘିଆପଡ଼ା ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ, ଜହ୍ନ ।ପଙ୍କ ଫାଣ୍ଡି ଏଏସଆଇ ସୁବାଷ ଚନ୍ଦ୍ର ମିଶ୍ର ଓ ଆର ଏସ୍‌ ପ୍ରଧାନ, ଆଇ ଆର ବି ବାଟାଲିଅନ ଫୋର୍ସଙ୍କ ଦ୍ୱାରା ମିଳିତଭାବେ ଶୁକ୍ରବାର ବଘିଆପଡ଼ା, ମୁଣ୍ଡାପଡ଼ା, କମିରା, ଖମାରୀପଡ଼ା, ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ଖୁଂଟବନ୍ଧ, ବାମଣ୍ଡା, ସରସରା,ତିଲେଶ୍ୱର ଆଦି ଉତ୍ତେଜନା ପ୍ରବଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସୁସଙ୍ଗଠିତ ଢଙ୍ଗରେ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Comments (0)
Add Comment