କୋଭିଡ୍‌ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ

ବୌଦ୍ଧ,୨୩/୧୧ – ବୌଦ୍ଧସହରସ୍ଥିତ ପୁରୁଣା ଜେଲରେ ଖୋଲା ଯାଇଥିବା କୋଭିଡ୍‌ କେୟାର ସେଣ୍ଟର୍‌ ପରିସରରେ ଆଜି କୋଭିଡ୍‌ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି । ଯେଉଁ କରୋନା ରୋଗୀମାନେ ସୁସ୍ଥ ହୋଇ ସାରିଛନ୍ତି ପରବର୍ତ୍ତି ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏହି କେନ୍ଦ୍ରରୁ ପରାମର୍ଶ ନେଇପାରିବେ ଓ ଚିକିତ୍ସିତ ହେବାର ସୁବିଧା ପାଇପାରିବେ । ଟେଲି ମେଡିସିନ ପାଇଁ ପରାମର୍ଶ ନେବା ସକାଶେ ମଧ୍ୟ ମୋବାଇଲ ନମ୍ବର୍‌ ୭୬୫୫୦୫୦୮୭୧ କିମ୍ବା ୭୬୩୫୦୫୦୮୭୨ ନମ୍ବରରେ ଯୋଗାଯୋଗ କରିପାରିବେ ।

ସେହିପରି ଉକ୍ତ କେନ୍ଦ୍ରକୁ ଆସି ପ୍ରତିଦିନ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ମଧ୍ୟରେ ପରାମର୍ଶ ନେଇ ପାରିବେ । କେନ୍ଦ୍ରରେ ଜଣେ ମେଡିକାଲ ଅଫିସର୍‌, ଦୁଇ ଜଣ ନର୍ସ, ଜଣେ କାଉନସିଲର, ଟେଲି ମେଡିସିନ ଷ୍ଟାଫ ୨ ଜଣ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହୋଇଛନ୍ତି । ଆଜିର ଉଦଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜ୍ୟୋତିରଞ୍ଜନ ନାଏକ, ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment