ଭାଜପା ତରଫରୁ ହରଭଙ୍ଗ । ବ୍ଲକ ଘେରାଉ

ବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ର‍୍ୟାଲିରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଏକତ୍ରିତ ହୋଇ ତହସିଲ ଅଫିସ ପାଖ ରାସ୍ତାରୁ ବାହାରି ହରଭଙ୍ଗ । ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ବିଜେପିର ଧାରଣା ଘେରାଉ ସହିତ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ବରିଷ୍ଠ ବିଜେପିନେତା ମାଗୁଣି ଗାଈଗୌରୀଆ , ସରୋଜ କୁମାର ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ଅଟଳ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ବନମାଳୀ ରଣା , ତପନ କୁମାର ଡ଼ ।ଙ୍ଗ , ବାମନ ବାରିକ , ଶମ୍ଭୁ ପ୍ରଧାନ , ସଂଗ୍ରାମ ବେହେରା, ଅରୂପା ଦୀପ , ସୁବାସ ପ୍ରଧାନ, କପିଳ ମହାଳିକ , କାଇଁଚ ପ୍ରଧାନ, ସୁଦାମ ମେଣ୍ଡଲି ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ , ଯେ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଚୟନ ଆଉଥରେ କରାନଯାଇଛି ଗ୍ରାମସଭା କରାନଯାଉ ବୋଲି ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ତାଙ୍କ ଅଭିଭାଷଣରେ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ଦୁର୍ନୀତି , ସହିତ ଅଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟାକୁ ଘୋର ବିରୋଧ କରିବା ସହିତ ଆଗାମୀ ଗ୍ରାମସଭା ଏ ମାସର ୨୬ ତାରିଖ ଓ ୩୧ ତାରିଖ ଧାର୍ଯ୍ୟ ଦିନରେ କରିବାକୁ ବିରୋଧ କରିଥିଲେ ।

ପୁନଶ୍ଚ ବର୍ଷେ ତଳେ ତଳଗାଁ ପଂଚାୟତର ଆବାସ ଯୋଜନାର ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ମଧ୍ୟସ୍ଥି ଓ କର୍ମଚାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଆଖିଦୃଶିିଆ କାର୍ଯ୍ୟନୁଷ୍ଠାନ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ ଫଳରେ ଦୁର୍ନୀତି ଦିନକୁ ଦିନ ବ୍ଲକରେ ବଢ଼ି ଚାଲିଛି ବୋଲି କହିଥିଲେ । ସମସ୍ତ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟି ଯୋଗ୍ୟ ତାଲିକା ପ୍ରସ୍ତୁତ କରିବା ପାଇଁ ପୁଣିଥରେ ଦାବି କରିଥିଲେ । ସଭା ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ସମସ୍ତ ନେତୃବୃନ୍ଦ ଭାରପ୍ରାପ୍ତ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରୁ ଅନୁମାନ କରାଯାଉଛି ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ ତାଙ୍କର ଶକ୍ତି ପ୍ରଦର୍ଶନ କରିବାପୂର୍ବକ ଶାସକ ବିଜେଡି ବିରୁଦ୍ଧରେ ଆଗାମୀ ଦିନରେ ରାଜନୈତିକ ଲଢେଇ ଆହୁରି ଶାଣିତ କରିବେ ।

Comments (0)
Add Comment