ସଚେତନ ଯୁବ ସମାଜ ପକ୍ଷରୁ ମାସ୍କ ବଣ୍ଟନ

ଜହ୍ନାପଙ୍କ,୧୯/୪- ଦ୍ୱିତୀୟ ଲହରୀ କୋରନା ବ୍ୟାପକ ଭାବେ ବଢି ଚାଲିଥିବା ବେଳେ ଏହାର ପ୍ରତିରୋଧ କରିବାର ଏକମାତ୍ର ବିକଳ୍ପ ଭାବେ ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧିବା ପାଇଁ ସଚେତନ କରି ମାସ୍କ ବଣ୍ଟନ କରିଥିଲେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ସଚେତନ ଯୁବସମାଜ । ଏହି ଯୁବସମାଜ ପକ୍ଷରୁ ବିଭିନ୍ନ ଗ୍ରାମ ଯଥା ଶରଧାପୁର, ବେନ୍ଦ୍ରିପାଲି ଓ ବାଲିଦୋହଲି ଗାଁ ରୁ ପଞ୍ଚାୟତକୁ ଚାଉଳ ଓ ଗହମ ନେଇଆସୁଥିବା ବ୍ୟକ୍ତିଙ୍କୁ ୧୦୦ ଟି ମାସ୍କ ବଂଟନ କର ।ଯାଇଥିଲା । ଏଥିରେ ସ୍ୱେଚ୍ଛାସେବୀ ସ୍ୱାଧୀନ ପ୍ରଧାନ, ପ୍ରକାଶ ବାରିକ, ପ୍ରଶାନ୍ତ ପ୍ରଧାନ, ପ୍ରମିଳ ଅମାତ, ସତ୍ୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ପଞ୍ଚାୟତକୁ ଆସୁଥିବା ଅନ୍ୟମାନଙ୍କୁ ମଧ୍ୟ ମାସ୍କ ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି ବୋଲି ସ୍ୱେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି ।

Comments (0)
Add Comment